You are currently viewing ମଦନପୁର ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ,ଚାଳକ ଗୁରୁତର
ମଦନପୁର ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ,ଚାଳକ ଗୁରୁତର

ଗୋପାଳପୁର , ୧୧/୧୦ -:- ବୁଧବାର ଦିନ ସକାଳ ୮ ଘଣ୍ଟ ସମୟରେ ଗଞ୍ଜାମ ଜିଲ୍ଲା ମଦନପୁରମୁଖ୍ୟ ରାସ୍ତାରେ ଏକ ମୋଟର ସାଇକେଲ ଦୃଘଟଣା ଗ୍ରସ୍ତ ହୋଇଛି ଯାହାଫଳରେ ମୋଟର ସାଇକେଲ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମୋଟର ସାଇକେଲ ଚାଳକ ଜଣଙ୍କ ହେଲେ ପ୍ରକାଶ ସେଠୀ ବୟସ ୫୩ ବର୍ଷ ତାଙ୍କ ଘର ମଦନପୂର ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ପ୍ରକାଶ ସେଠୀ ସକାଳୁ ନିଜ ବିଲ କାମ କରିବା ପାଇଁ ଏକ ମୋଟର ସାଇକେଲ ଯୋଗେ ଯାଉଥିଲେ ହେଲେ ମଦନପୁର ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଆଗକୁ ଏକ ପିଲା ଧାଇଁ ଆସିଯିବାରୁ ମୋଟର ସାଇକେଲ ଟି ଭାରସାମ୍ୟ ହରାଇ ଦୃଘଟଣା ଗ୍ରସ୍ତ ହୋଇଥିଲା ଯାହାଫଳରେ ମୋଟର ସାଇକେଲ ଚାଳକ ପ୍ରକାଶ ସେଠୀ ଗୁରୁତର ହୋଇଥିଲେ । ତେବେ ଘଟଣାରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଲେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।