ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୋଡ଼ାମାରି ପଞ୍ଚାୟତର ଦୁଇ ପରିବାର କାଲି କେନ୍ଦୁଝର ଜିଲ୍ଲାର ଘଟଗାଁ ତାରିଣୀ ମନ୍ଦିର ଦର୍ଶନ କରିବା ପାଇଁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିଲେ । ପୋଡ଼ାମାରି ପଞ୍ଚାୟତର ସରପଞ୍ଚ ଏହି ବିଷୟକୁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଭବାନୀକାନ୍ତ ସାହୁଙ୍କୁ ଜଣାଇବା ପରେ ସାଙ୍ଗେ ସାଙ୍ଗେ ଯୁବ ସଭାପତି କେନ୍ଦୁଝର ଜିଲ୍ଲାର ଯୁବ ବିଜେଡ଼ି ସଭାପତିଙ୍କ ସହ ଯୋଗାଯୋଗ କରିଥିଲେ । ଯେତେ ଶୀଘ୍ର ହେବ ସେ ଲୋକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ଶବକୁ କିପରି ଭାବେ ବ୍ୟବଚ୍ଛେଦ କରି ନିଜ ଅଞ୍ଚଳକୁ ଆସିପାରିବ ତା ପ୍ରତି ଧ୍ୟାନ ଦେଇଥିଲେ । ଶବ ବ୍ୟବଚ୍ଛେଦ ହୋଇ ନିଜ ଅଞ୍ଚଳରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲା ଯୁବ ସଭାପତି ସେଠାରେ ପହଞ୍ଚି ଦୁଇପରିବାରକୁ ସ୍ଵନ୍ତନା ଦେବା ସହ ସେମାନଙ୍କ ଶେଷକୃତ୍ୟ କିପରି କରାହେବ ସେଥିପ୍ରତି ଧ୍ୟାନ ଦେଇଥିଲେ ।

ସାନଖେମୁଣ୍ଡି ରୁ ନିମାଇ ଚରଣ ପଣ୍ଡା ଙ୍କ ରିପୋର୍ଟ।
