You are currently viewing ଜୀବନ ଛକରେ ମଣିଷ ହାଟ “ସାମାଜିକ ନାଟକକୁ ଉଦଘାଟନ କଲେ ଗ୍ରାମ୍ୟ କମିଟି ସଭାପତି
ଜୀବନ ଛକରେ ମଣିଷ ହାଟ “ସାମାଜିକ ନାଟକକୁ ଉଦଘାଟନ କଲେ ଗ୍ରାମ୍ୟ କମିଟି ସଭାପତି

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାନ ଉସ୍ତାପଡ଼ା ପଂଚାୟତର ଲଛିପୁର ଗ୍ରାମରେ   ମା ବୃନ୍ଦାବତୀ  ନାଟ୍ୟ ସଂସଦ ର ନବମ ଅବଦାନରେ ମଞ୍ଚସ୍ଥ ସାମାଜିକ ନାଟକ ଜୀବନ ଛକରେ ମଣିଷ ହାଟ ନାଟକକୁ ଉଦଘାଟନ କଲେ ଗ୍ରାମ୍ୟ କମିଟି ସଭାପତି ପ୍ରଫୁଲ ଚନ୍ଦ୍ର ପଲାଇ । ଗ୍ରାମବାସୀଙ୍କ ଅନୁରୋଧକୁ ରକ୍ଷା କରି ଦର୍ଶକ ଭାବେ ଉପସ୍ଥିତ ରହିଥିଲେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଅତିଥି ଭାବେ ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ ,  ଆସିକା ସମବାୟ ନିର୍ଦେଶକ ହୃଷିକେଶ ମେହେଣା, ଆତ୍ମା ଅଧକ୍ଷ ବିଜୟ ପ୍ରଧାନ, ସରପଞ୍ଚ ସନ୍ତୋଷ କୁମାର ସ୍ୱାଇଁ ଙ୍କ ସମେତ ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହିଥିଲେ। ମଞ୍ଚାସିନ ଅତିଥି ମାନେ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ    । ନବୀନ ମହାପାତ୍ର ଙ୍କ ରଚିତ ଏହି ନାଟକକୁ ନିର୍ଦେଶନା ଦେଇଥିଲେ ଭାସ୍କର ସେନାପତି ଏଥିରେ ଅନେକ ଜନପ୍ରତିନିଧି  ଗ୍ରାମବାସୀ ଯୁବକ ସଂଘ ଉପସ୍ଥିତ ଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।