You are currently viewing ବେଲପଡା ଠାରେ ପୌରାଣିକ ରାମାୟଣ ନାଟକ ଉଦଘାଟନ କଲେ ବରିଷ୍ଠ ବିଜେଡି ନେତ୍ରୀ ସୁନୀତା ପ୍ରଭା ସାହୁ
ବେଲପଡା ଠାରେ ପୌରାଣିକ ରାମାୟଣ ନାଟକ ଉଦଘାଟନ କଲେ ବରିଷ୍ଠ ବିଜେଡି ନେତ୍ରୀ ସୁନୀତା ପ୍ରଭା ସାହୁ

ମା ମହାମାୟୀକଂ ବ୍ରତ ସମାପନ ଅବସରରେ ମଞ୍ଚସ୍ଥ ହୋଇଛି ପୌରାଣିକ ନାଟକ ସତୀ ଲୁହରେ ଜଳୁଛି ଲଙ୍କା। ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ବେଲପଡା ଠାରେ ମହିଳା ମାନଙ୍କ ଉଦ୍ଯମରେ ମଞ୍ଚସ୍ଥ ହୋଇଛି ଏହି ପୌରାଣିକ ନାଟକ। ଯାହାକୁ ଉଦଘାଟନ କରିଛନ୍ତି କୋଦଳା ଏନଏସି ପୂର୍ବତନ ଅଧ୍ୟକ୍ଷା ତଥା ବରିଷ୍ଠ ବିଜେଡି ନେତ୍ରୀ ସୁନୀତା ପ୍ରଭା ସାହୁ ।ନାଟକ ପାଇଁ ସରଗରମ ହୋଇଥିଲା ବେଲପଡା ଗ୍ରାମ। ଉଦଘାଟିକା ସୁନୀତା ପ୍ରଭା ସାହୁଙ୍କ ସହ କବିସୂର୍ଯ୍ୟ ଯୁବ ସଂଗଠନର ଅଧ୍ଯକ୍ଷା ଡଃ ରଞ୍ଜିତା ସାହୁ, ବହୁ ସ୍ଥାନୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଉକ୍ତ ନାଟକକୁ ଉଦଘାଟନ କରିଥିଲେ। ଏକ ଭବ୍ୟ ଶୋଭାଯାତ୍ରାରେ ଉଭୟ ଅତିଥିଙ୍କୁ ପାଛୋଟି ନେଇଥିଲେ ବେଲପଡା ଗ୍ରାମବାସୀ। ଏହି ଅବସରରେ ଅତିଥି ମାନଙ୍କୁ ମଞ୍ଚରେ ଭବ୍ଯ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅଞ୍ଚଳର ମହିଳା ତଥା ଜନସାଧାରଣଙ୍କ ଭଲପାଇବାକୁ ନେଇ ପ୍ରଶଂସା କରିଥିଲେ ଶ୍ରୀମତୀ ସାହୁ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।