ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୫-୨୬ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଇଥିଲା। ଅଧ୍ୟକ୍ଷ ମେଜର୍ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁର ର ନିର୍ଦ୍ଦେଶକ ର ଶ୍ରୀ ନାରାୟଣ ବେହେରା ଯୋଗ ଦେଇଥିଲେ। କର୍ମଚାରୀ ପରିଷଦ ସଚିବ ତଥା ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ, କ୍ରୀଡ଼ା ବିଭାଗ ଉପ-ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଯୁକ୍ତ ତିନି ନାଟ୍ୟ ସଂସଦ ଉପଦେଷ୍ଟା ଡ. ସୁରେନ୍ଦ୍ର ଶବର, ଯୁକ୍ତ ଦୁଇ ସାଂସ୍କୃତିକ ସଂଘ ଉପଦେଷ୍ଟା ସଂଜୟ ଭୂୟାଁ, ବାର୍ଷିକ ଉତ୍ସବ କମିଟି ସଦସ୍ୟ ତ୍ରିଲୋଚନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।

ନିର୍ଦ୍ଦେଶକ ଶ୍ରୀ ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ ଦର୍ଶନ ଶାସ୍ତ୍ର ର ଉପଯୋଗିତା ବିଭିନ୍ନ ରୂପକ ଗଳ୍ପ ସାହାଯ୍ୟ ରେ ବୁଝାଇ ଥିଲେ ଏବଂ ସକ୍ରେଟିସ ଙ୍କ ଉଦାହରଣ ଦେଇ ଆଜି ର କୂତ୍ରିମ ବୁଦ୍ଧିମତା ଯୁଗ ରେ ସତ୍ୟର ଅନୁସନ୍ଧାନର ଗୁରୁତ୍ୱ ପ୍ରତିପାଦନ କରିଥିଲେ। ଅଧ୍ୟକ୍ଷ ଡ. ଅଧିକାରୀ ନିଜ ବକ୍ତବ୍ୟ ରେ ପାଟପୁର କଲେଜରେ ହେଇଥିବା ପରିବର୍ତ୍ତନ ସହ ଆଗାମୀ ସମୟରେ ହେବା କୁ ଥିବା ନୂତନ ପଦକ୍ଷେପ ବର୍ଣ୍ଣନା କରି ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣରେ ଛାତ୍ର ଜୀବନ ରେ ଆଦର୍ଶ ଏବଂ ନିଷ୍ଠା ର ଭୂମିକା ଉପରେ ଆଲୋକପାତ କରିଥିଲେ।

ରାଜନୀତି ବିଭାଗ ମୁଖ୍ୟ ସଂଜୟ ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସଙ୍ଗୀତ ପରିବେଷଣ କରିଥିଲେ। ପରିଶେଷରେ ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡ଼ା, ସାଂସ୍କୃତିକ ଏବଂ ନାଟ୍ୟ ସଂସଦ ର ବିଭିନ୍ନ ପ୍ରତିଯୋଗିତା ର ବିଜେତାମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ରାଜା ସୀଂ, ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ, ବଡୁ ରେଡ୍ଡୀ ଏବଂ ଗଗନ ବରାଡ ଙ୍କ ସହ ଅନ୍ୟ କର୍ମଚାରୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ।


