You are currently viewing ସିନ୍ଧୁ – ଉର୍ମି ସାହିତ୍ୟ ସଂସଦ ତରଫରୁ ବିଷୁବ ମିଳନ ଓ କବିତା ଆସର
ସିନ୍ଧୁ – ଉର୍ମି ସାହିତ୍ୟ ସଂସଦ ତରଫରୁ ବିଷୁବ ମିଳନ ଓ କବିତା ଆସର

ଖଲ୍ଲିକୋଟ : 14/4 ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ତରଫରୁ ବିଷୁବ ମିଳନ ଓ ସାହିତ୍ୟ ଅ|ସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବିଷୁବ ମିଳନ ରେ ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ଓ ବର୍ଷିଆନ ଚିତ୍ର ଶୀଳ୍ପୀ ବସନ୍ତ କୁମାରୀ ସାମନ୍ତ ଓ ଆର ସି ଏମ କଲେଜ ଓଡ଼ିଆ ଭାଷଣ ସାହିତ୍ୟ ବିଭାଗ ମୁଖ୍ୟ ଡ଼ଃ ସନ୍ଧ୍ୟା ରାଣୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଷୁବ ମିଳନ ର ସାହିତ୍ୟିକ ଓ ବୈଜ୍ଞାନିକ ତଥା ସାରସ୍ୱତ ଓ ଧାର୍ମିକ ଦିଗ କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଏ ଉପଲକ୍ଷେ କବି ପ୍ରଭାତ କୁମାର ମିଶ୍ର ଙ୍କ ସଂଯୋଜନା ରେ ଆୟୋଜିତ କବିତା ପାଠ ଉତ୍ସବ ରେ କବୟିତ୍ରୀ ସରୋଜବାଳା ପଟ୍ଟନାୟକ, ମିତାଞ୍ଜଞ୍ଜଳି ମିଶ୍ର ବିଦ୍ୟୁତ ପ୍ରଭା ଦାସ, ପ୍ରଭାତୀ କୁମାରୀ ଦାଶ କବି ଶ୍ରୀପ୍ରସାଦ ଆଚାର୍ଯ୍ୟ ଶୀଳ୍ପୀ ସମ୍ରାଟ ପଞ୍ଚାନନ ସୁର, ଅଧ୍ୟାପକ ଡ଼ଃ ଜଗଦୀଶ ପାଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିବା ବେଳେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ନଳିନୀକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିବା ବେଳେ ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ସମ୍ପାଦକ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ସ୍ୱାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )