କଟକ : ସେ ଜଣେ ସାରସ୍ଵତ ସାଧକ, ସମୟର ଆଦର୍ଶ କୃତୀ ଶିକ୍ଷକ, ସାହିତ୍ୟର ପୁଜାରୀ,ନାଟ୍ୟ ନିର୍ଦ୍ଦେଶକ ଡଃ ସନ୍ତୋଷ କୁମାର ପଣ୍ଡା ଏକ ଉଦହଣୀୟ ବ୍ୟକ୍ତିତ୍ବ । ପିତା ସ୍ବର୍ଗତଃ ଜଳଧର ପଣ୍ଡା,ମାତା ସୁଲୋଚନା ପଣ୍ଡାଙ୍କ ସୁଯୋଗ୍ୟ ସନ୍ତାନ ଭାବେ ୧୯୭୨ ମସିହାରେ ଯାଜପୁର ଜିଲ୍ଲା ମାଳ ଆନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ
ବେଲେଶ୍ୱର ଗ୍ରାମରେ ଜନ୍ମ ଗ୍ରହଣ କରନ୍ତି ଏହି ସାରସ୍ବତ ସାଧକ ଜଣକ । ଅଧୁନା ପ୍ରଧାନ ଆଚାର୍ଯ୍ୟ ଓ ପ୍ରକଳ୍ପ ପ୍ରମୁଖ ଭାବେ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ),କେଶବଧାମ ଗତିରାଉତପାଟଣା କଟକ ଜିଲ୍ଲାରେ ଶିକ୍ଷାଦାନ ସେବାରେ ସାଧନାରତ ଏବଂ କଟକ ସଦର କନ୍ଦରପୁରସ୍ଥ ସିଦ୍ଧେଶ୍ୱରପୁର ଠାରେ ସ୍ଥାୟୀ ଭାବେ ଅବସ୍ଥାପିତ । ମହାଭାଗ ଡକ୍ଟର ପଣ୍ଡା ଏକାଧାରରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ,ଦକ୍ଷ ସଂଗଠକ,ସୁବକ୍ତା, ଗବେଷକ,ଆଦର୍ଶ ଶିକ୍ଷାବିତ୍ ଆଉ ସମାଜସେବୀ । ବାଲ୍ୟ ଶିକ୍ଷା ବାଉଁଶଗଡ଼ କେନ୍ଦୁଝରରୁ ଆରମ୍ଭ କରି ନେହେରୁ ହାଇସ୍କୁଲ ସାଇଁକୁଳ କେନ୍ଦୁଝରରୁ ମାଟ୍ରିକ,ଆନନ୍ଦପୁର କଲେଜ କେନ୍ଦୁଝରରୁ +୨ ରୁ ସ୍ନାତକୋତ୍ତର ଶିକ୍ଷା ଏବଂ ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଶିକ୍ଷା ସ୍ନାତକ ଲାଭ ଓ ଓ୍ଵାର୍ଦ୍ଧାରୁ ହିନ୍ଦୀ ରତ୍ନ ଭଳି ଉଚ୍ଚଶିକ୍ଷା ମଧ୍ୟ ଲାଭ କରିଛନ୍ତି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ(ଆରଏସ୍ଏସ୍)ର ତୃତୀୟ ବର୍ଷ ସଙ୍ଘ ଶିକ୍ଷା ବର୍ଗ ନାଗପୁରରୁ ସମାପ୍ତ କରିଛନ୍ତି । ଜୀବନରେ ଜଣେ ଶିକ୍ଷକ ହେବାର ସ୍ବପ୍ନ ନେଇ ଓଡ଼ିଶା ପ୍ରାଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେନ୍ ପରୀକ୍ଷାକୁ ଅଧାରୁ ଛାଡ଼ି ୧୯୯୬ ମସିହା ଠାରୁ ପ୍ରଥମେ ଶିକ୍ଷକତା ଶ୍ରୀମା ଶ୍ରୀ ଅରବିନ୍ଦ ଶିକ୍ଷା ଓ ଅନୁସନ୍ଧାନ କେନ୍ଦ୍ର ଆନନ୍ଦପୁରରୁ ଆରମ୍ଭ ଓ ପରେ ୧୯୯୭ ରେ ବିଦ୍ୟାଭାରତୀ,ଶିକ୍ଷା ବିକାଶ ସମିତି,ଓଡିଶାଙ୍କ ସରସ୍ଵତୀ ଶିଶୁ ମନ୍ଦିର ଯୋଜନାରେ ଆଚାର୍ଯ୍ୟ ଭାବେ ଆନନ୍ଦପୁର ଠାରୁ କାର୍ଯ୍ୟ ଆରମ୍ଭ କରି ପ୍ରଧାନାଚାର୍ଯ୍ୟ ଭାବେ ମାର୍ଥାପୁର,ଗଦଗଦି, କାମାକ୍ଷାନଗର,ଯାଜପୁର ରୋଡ଼ରେ କାର୍ଯ୍ୟ ସମାପ୍ତ କରି ଏବେ କଟକରେ କାର୍ଯ୍ୟରତ । କବିତା,ଗଳ୍ପ,ପ୍ରବନ୍ଧ,ନାଟକ ଓ ଭ୍ରମଣ କାହାଣୀରେ ରହିଛି ତାଙ୍କ ବିଶେଷ ରୁଚି । ସାଂସ୍କୃତିକ ଓ ସାହିତ୍ୟ କାର୍ଯ୍ୟକ୍ରମରେ ସଂଯୋଜନା,ସମାଜ ସେବା ଓ ଅଭିନୟ କରିବାରେ ସେ ଖୁବ୍ ନିପୁଣ । ୧୯୮୨ ମସିହାରୁ ଲେଖନୀ ଚାଳନା କରି
ପ୍ରଥମ ଲେଖା ଏକାଙ୍କିକା “କୋଣାର୍କ”,୧୯୯୨ ମସିହା କଲେଜ ମାଗାଜିନରେ କବିତା “କ୍ଷୁଦ୍ରତା ହିଁ ମହାନତା” ପ୍ରକାଶିତ ଲାଭ କରି ବହୁ ଚର୍ଚ୍ଚିତ ହେବା ସହ ଖୁବ୍ ପାଠକୀୟ ଶ୍ରଦ୍ଧା ଭାଜନ ହୋଇ ପାରିଛି । ରାଜ୍ୟ,ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେମିନାର,ଯୋଗ,କୁଇଜ଼, ଶିକ୍ଷା ପ୍ରଶିକ୍ଷଣ,ଆଲୋଚନା ଚକ୍ର,ସାହିତ୍ୟ ସଭା,ପ୍ରୋଜେକ୍ଟ ପ୍ରସ୍ତୁତି,ଗବେଷଣା ଆଦି ବିଭିନ୍ନ ଉଲ୍ଲେଖନୀୟ କ୍ଷେତ୍ରରେ ଭାଗ ନେଇ ବର୍ତ୍ତମାନ ସୁଦ୍ଧା ୧୩୦୦ରୁ ଉର୍ଦ୍ଧ୍ବ ପ୍ରଶଂସାପତ୍ର ଲାଭ କରିଛନ୍ତି । ଏହି ମହାନ୍ ସମାଜସେବୀ ଜଣକ ମୃତ୍ୟୁ ପରେ ସମସ୍ତ ଅଙ୍ଗ ଦାନ ପାଇଁ ମଧ୍ୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟଙ୍କ ଠାରେ ପ୍ରତିଜ୍ଞା ବା ସତ୍ୟପାଠ କରିଛନ୍ତି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ଜଣେ ସଦସ୍ୟ ଭାବେ କାର୍ଯ୍ୟ କରି ପାଲଟିଛନ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଏବଂ ସବୁଠି ତାଙ୍କୁ ଭୂୟସୀ ପ୍ରଶଂସା । ଶିକ୍ଷାଦାନ ସାଧନାରେ ସଦା ନିମଗ୍ନ ଶିକ୍ଷକତା ସମୟରେ ତାଙ୍କ ପାଠ ପଢାଇବା ଶୈଳୀ ସଂପୂର୍ଣ୍ଣ ନିଆରା । ସାଧାରଣ ବିଦ୍ୟାର୍ଥୀ ଟିଏ କିପରି ଠିକ୍ ଭାବେ ଶିକ୍ଷାଲାଭ କରିପାରିବ ସେ ଦିଗରେ ସେ ସଦା ତତ୍ପର ଏବଂ ତାଙ୍କ ପାଠ୍ୟ ଖସଡ଼ା ପ୍ରସ୍ତୁତି ମଧ୍ୟ ଖୁବ୍ ଉଚ୍ଚ ମାନର ଆଉ ଗ୍ରହଣୀୟ । ବିଭିନ୍ନ ସଭା ସମିତିରେ ତାଙ୍କ ଓଜସ୍ଵନି ବକ୍ତୃତା ଖୁବ୍ ପ୍ରେରଣାଦାୟୀ ଓ ତାଙ୍କ ମହତ ଲେଖନୀ ସୁଦୂର ପ୍ରସାରୀ । ଖାଲି ଶିକ୍ଷକତା ମଧ୍ୟରେ ପୂଜ୍ୟ ଗୁରୁଜୀ ସନ୍ତୋଷ କୁମାର ସୀମିତ ନୁହନ୍ତି ବିଦ୍ୟାର୍ଥୀ ମାନଙ୍କର ଚରିତ୍ର ଗଠନ,ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପୂର୍ଣ୍ଣ ବିକାଶ ସାଧନ,ଆଦର୍ଶ ବିଦ୍ୟାର୍ଥୀ ନିର୍ମାଣକୁ ଲକ୍ଷ୍ୟକରି ସେ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଦ୍ୟାର୍ଥୀ ମାନଙ୍କ ଉନ୍ନତି ଦିଗରେ ସବୁ ସମୟରେ ଚିନ୍ତା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥାନ୍ତି ଏବଂ ଅନ୍ୟ ସହଯୋଗୀ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଏହି ସବୁ ଦିଗରେ ଅଧିକ ସଚେତନ ହେବାକୁ ପରାମର୍ଶ ଦିଅନ୍ତି । କଳା,ସାହିତ୍ୟ,ସଂସ୍କୃତିର ବିକାଶ ତଥା ପୁନରୁଦ୍ଧାର ଦିଗରେ ତାଙ୍କ ନେତୃତ୍ୱରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ,ଗ୍ରାମ୍ୟ ଯାତ୍ରା କମିଟି ଆଦି ଏହି ଦିଗରେ ଆଜି ଗବେଷଣା ରତ ଜଣେ ଉଦାହରଣୀୟ ବ୍ୟକ୍ତିତ୍ବ । ବହୁ ସଂଗଠନରେ ବିଭିନ୍ନ ମର୍ଯାଦା ଜଣକ ପଦ ପଦବୀରେ ରହି ନିଜର ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରି ଆସୁଛନ୍ତି । ବିଭିନ୍ନ ପତ୍ରପତ୍ରିକା ତଥା ଖବରକାଗଜରେ ୧୫୦ରୁ ଉର୍ଦ୍ଧ୍ୱ କବିତା,ଗଳ୍ପ,ପ୍ରବନ୍ଧ ଇତ୍ୟାଦି ପ୍ରକାଶିତ ଏଵଂ ଶିଶୁ ଉପଯୋଗୀ ତାଂକ ନିଜସ୍ଵ ପୁସ୍ତକ “କିଚିରି ମିଚିରି” ପ୍ରକାଶନ ଅପେକ୍ଷାରେ । ସେ ଅନେକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ଆଉ ସେ ଆମ ରାଜ୍ୟ ପାଇଁ ଚିର ସବୁଜ ବ୍ୟକ୍ତିତ୍ଵ । ପୂଜ୍ୟପାଦ ଗୁରୁଙ୍କ ଚଲାପଥ କୁସୁମିତ ହେଉ ।
