ସାନଖେମୁଣ୍ଡି,୨୮/୧୧: ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତର ଗମ୍ଭାରୀଗୁଡ଼ା ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି।ଗ୍ରାମ୍ୟ କଳାକାର ଙ୍କୁ ନେଇ ମିଛୁଆ ରାଧୁଆ ଗପ ସରିଲା ସାମାଜିକ ନାଟକରେ ତ୍ରିଲୋଚନ ମହାରଣା ନିର୍ଦ୍ଦେଶନା ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ।ଏହି ନାଟକ ର ଶୁଭ ମଞ୍ଚରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମର ସଭାମଞ୍ଚରେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ଏନଏସି ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା,ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ,ରାଜ୍ୟ ଓବିସି ସେଲ ସଭାପତି ଅମୀର ଭୂୟାଁ,କଉଡ଼ିଆ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ,ଗଙ୍ଗାପୁର ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ,ଏସ.ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ, କଲରାପଦର ସରପଞ୍ଚ ସଞ୍ଜୟ ଦୋରା,ପୂର୍ବତନ ସରପଂଚ ନିରାକାର ପ୍ରଧାନ,ବରିଷ୍ଠ କଂଗ୍ରେସ ନେତା ବାଉରୀବନ୍ଧୁ ପ୍ରଧାନ,ଜଗନ୍ନାଥ ଜେନା,ଦିପୁ ସ୍ୱାଇଁ,ଯୁବ ଆଇନଜୀବି ନୀଳାଞ୍ଚଳ ସେଠୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ମଞ୍ଚରେ ଉପସ୍ଥିତ ରହିଥିଲେ।

ଏହି ନାଟକ ର ମୁଖ୍ୟ ଚରିତ୍ର ରାଧୁଆ ଭୂମିକାରେ ବାବୁନା ମହାନ୍ତି,ଖଳନାୟକ ଭୂମିକାରେ ପ୍ରମୋଦ ପ୍ରଧାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା।ଆୟୋଜିତ ସାମାଜିକ ନାଟକ କୁ ଗ୍ରାମବାସୀ ବୃନ୍ଦ ପରିଚାଳନାଗତ ସହଯୋଗ କରିଥିଲେ।
