You are currently viewing ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ
ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ: ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ

କନ୍ଧମାଳ, ତା, ୧୧/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଲାଇନପଡା ନିକଟସ୍ଥ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ଙ୍କ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଲୁଙ୍କି ଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୦ ବର୍ଷ ପରେ ଆୟୋଜିତ ଏହି ମିଳନୋତ୍ସବରେ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ସ୍ମୃତି ଚାରଣ କରିଥିଲେ। ପୂଜାର୍ଚ୍ଚନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ପୂର୍ବତନ ଶିକ୍ଷକ ଏବଂ ଦେହାନ୍ତ ହୋଇଥିବା ସହପାଠୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ଦିନ ପରେ ପରସ୍ପରକୁ ଭେଟି ଛାତ୍ରମାନେ ନିଜ ପିଲାଦିନର ସ୍ମୃତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ।

ଏ ନେଇ ଆୟୋଜିତ ଆଲୋଚନା ସଭାରେ ଆସ୍ତିକ ମୁଖୀ, ଭାଗବତ ମୁଖୀ, ସୁନୀଲ ଦିଗାଲ, ରାମେଶ୍ୱର ନାୟକ, କଳ୍ପନା ଦିଗାଲ, ଧରିତ୍ରୀ ମୁଖୀ, ମଥୁରା ଗଣ୍ଡା, କମଳାକାନ୍ତ ଦିଗାଲ, ନିକୁଞ୍ଜ ମଳିକ, ବିରାଜ କହଁର, ଦୃଶିଲା କହଁର, ସାରଳା, ଆଶିଷ, ଶରତ, ପବିତ୍ର, ପ୍ରଦୀପ, ଋତୁନ ଏବଂ ଅନ୍ୟ ଛାତ୍ରଛାତ୍ରୀ ପ୍ରମୁଖ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ କରି ଏଭଳି କାର୍ଯ୍ୟକ୍ରମ ସମ୍ପାଦିତ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଚଳିତବର୍ଷ ଭଳି ପ୍ରତିବର୍ଷ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ବର୍ଷ ଠାରୁ ଅନ୍ୟ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ସଭାରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇଥିଲା।