You are currently viewing ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଦ୍ୱିତୀୟ ସଂଧ୍ୟା
ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଦ୍ୱିତୀୟ ସଂଧ୍ୟା

ସହରୀ ଲୋକ ପଦ୍ମଶ୍ରୀ ସଚିରାଉତରାୟ ଙ୍କ ଛୋଟ ମୋର ଗାଁ ଟି ନୃତ୍ୟ ମାଧ୍ୟମରେ ଗ୍ରାମ୍ୟ ଜୀବନ ର ଅନୁଭୂତି ନେଲେ

ଭୁବନେଶ୍ୱର ତା.୩୦/୦୧: ଆଜି ସ୍ଥାନୀୟ ଖଣ୍ଡଗିରୀ ପାନ୍ଥୀକାଠାରେ ଐର ଖାରବେଳ ମହୋତ୍ସବ କମିଟି ଏବଂ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନୁଚିନ୍ତନମର ମିଳିତ ଆନୁକୁଲ୍ୟରେ ଖଣ୍ଡଗିରି କୁମ୍ଭମେଳା ଅବସରରେ ଆନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ୨୦୨୬ ର ଦ୍ୱିତୀୟ ସଂଧ୍ୟା କୁ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଓ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭା ମୁଖ୍ୟ ସଚେତକ ସରୋଜ ପାଢ଼ୀ ଯୋଗ ଦେଇ ଉଦଘାଟିତ କରିଥିଲେ ମହୋତ୍ସବ କୁ।

ଏହି ଅବସରରେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ କହିଛନ୍ତି ଯେ ଆନ୍ତରଜାତୀୟ ଐର ଖାରବେଳ ମହୋତ୍ସବ ଆସନ୍ତା କାଲି ଉଦଯାପିତ ହେବ।ଓଡିଶା ଗୌରବାବହ ଇତିହାସ ସହ ଉତ୍ତର ପିଢୀକୁ ଯୋଡି ଉତ୍କଳୀୟ ସାଂସ୍କୃତିକ ମାନଚିତ୍ରକୁ ସୁଦୃଢ କରାଇବା ଏହାର ମୂଳ ଲକ୍ଷ ବୋଲି କହିଥିଲେ । ଅଶ୍ଳୀଳ ପରମ୍ପରା ବିରୁଦ୍ଧରେ ଲଢି ଓଡିଶା ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ଆମର ଉଦେଶ୍ୟ।

ଏଥିରେ ଦେଶ ଓ ବିଦେଶର ବହୁ ସୁନାମ ଧନ୍ୟ କଳାକାର ଯୋଗ ଦେଇଛନ୍ତି। ଆଜି ମଞ୍ଚରେ ପଦ୍ମଶ୍ରୀ ସଚିରାଉତରାୟ ଙ୍କ ଛୋଟ ମୋର ଗାଁ ଟି ନୃତ୍ୟ ସହରୀ ଲୋକଙ୍କୁ ଗ୍ରାମ୍ୟ ଜୀବନ ଅନୁଭୂତି ଦେଇଥିଲା,ନୂପର ଡାନ୍ସ ଏକାଡେମୀ ପକ୍ଷରୁ Patriotic Traditional, ଆରାଧନା ଡାନ୍ସ ଏକାଡେମୀ ପକ୍ଷରୁ ଗୋଟିପୁଅ ନୃତ୍ୟ,ମୋଇନୁଲ ହାକକ୍ୱେ ପକ୍ଷରୁ ମିନି ଆଟ୍ ଗୋୱାଟି, ମୟରୁର ଭଞ୍ଜ ର ଲୋକ ନୃତ୍ୟ, ପଲ୍ଲୀ ନୃତ୍ୟ ଆଦି ପରିବେଷଣ କରିଥିଲେ ବିଭିନ୍ନ ଅନୁଷ୍ଠାନ ବୋଲି ଶ୍ରୀ ସିଂ କହିଥିଲେ।ଆନ୍ତର୍ଜାତୀୟ ନୃତ୍ୟ ଗବେଷକ ତଥା ଅନୁଚିନ୍ତନମର ପ୍ରତିଷ୍ଠାତା ଡାଃ ଶ୍ରୀନିବାସ ଘଟୁଆରି ମଞ୍ଚ ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ରେ ବରିଷ୍ଟ ବିଜେପି ନେତା ଗୋଲକ ମହାପାତ୍ର, ରାମଚନ୍ଦ୍ର ରଣସିଂ, ଅପର୍ତି ସୁନ୍ଦରାୟ, ଜିତୁ ପଟ୍ଟନାୟକ, ସୁରେନ୍ ଛୁଆଳସିଂ,ସୁମିତ୍ରା ଆଚାର୍ଯ୍ୟ, କେଦାର ରଣସିଂ, ଭଗବାନ ସାହୁ, ମନୋଜ ପାତ୍ର,ଅମ୍ବିକା ମହାରଣା, ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।