You are currently viewing ଭାଷା ଭିତ୍ତିକ ଓଡିଶା ପାଇଁ ଆନ୍ଦୋଳନ କରିଥିବା ମର୍ଦରାଜ ମାଟି ରେ ବିକାଶ ଆଣ୍ଠେଇଛି |
ଭାଷା ଭିତ୍ତିକ ଓଡିଶା ପାଇଁ ଆନ୍ଦୋଳନ କରିଥିବା ମର୍ଦରାଜ ମାଟି ରେ ବିକାଶ ଆଣ୍ଠେଇଛି |

ଖଲ୍ଲିକୋଟ ; 3/2 ଓଡିଶା କୁ ଭାଷା ଭିତ୍ତିକ ପ୍ରଦେଶ ର ଗଠନ ଓ ଓଡିଶା ଏକତ୍ରିକରଣ ର ସ୍ୱର ଖଲ୍ଲିକୋଟ ର ରାଜା ବ|ହାଦୁର ସ୍ବର୍ଗତ ହରିହର ଓ ରାମଚନ୍ଦ୍ର ମର୍ଦରାଜ ଲଣ୍ଡନ ର ଗୋଲ ଟେବୁଲ ବୈଠକ ଓ ଓଡ଼ନେଲ କମିଟି ଆଗରେ ଓଡିଶା ର ଯୁକ୍ତି ଉପସ୍ଥାପନ ପାଇଁ ପ୍ରଜା ମାନଙ୍କ ଅଜସ୍ର ଅର୍ଥ ବିନିଯୋଗ କରିଥିବା ମର୍ଦରାଜ ମାଟି ରେ ଆଜି ବିକାଶ ଆଣ୍ଠେଇ ଥିବା ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି | ଏକ ସ୍ୱାଭିମାନୀ ଓଡିଶା ଗଠନ ପାଇଁ ମର୍ଦରାଜ ପରିବାର ତ୍ୟାଗ ଓ ନିସ୍ଵାର୍ଥ ପର ସଂଗ୍ରାମ କରିଥିବା ଖଲ୍ଲିକୋଟ ଆଜି ସବୁ କ୍ଷେତ୍ର ରେ ଅବହେଳିତ ହୋଇ ପଡିଛି | ଖଲ୍ଲିକୋଟ କୁ ଏକ ରାଜସ୍ବ ଉପଖଣ୍ଡ ରେ ପରିଣତ କରିବା, ଖଲ୍ଲିକୋଟ ଠାରେ ଗଞ୍ଜାମ ର ଦ୍ବିତୀୟ ମେଡିକାଲ କଲେଜ ପ୍ରତିଷ୍ଠା, ଖଲ୍ଲିକୋଟ କୃଷି ଜିଲ୍ଲା ରେ ଏକ କୃଷି ବିଜ୍ଞାନ କେନ୍ଦ୍ର, ବେକାର ଯୁବକ ଯୁବତୀ ମାନଙ୍କ ବୈଷୟିକ ଶିକ୍ଷା ପାଇଁ ଏକ ପଲିଟେକନିକ କଲେଜ ସାଙ୍ଗକୁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ରେ ବି ଏଡ଼ କଲେଜ ପ୍ରତିଷ୍ଠା କରିବା ସମେତ 1964 ମସିହା ରେ ପ୍ରତିଷ୍ଠା ହୋଇ ଥିବା ରାମ ଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ କୁ ସ୍ୱୟଂ ଶାସିତ କରିବା ସାଙ୍ଗକୁ ବି ବି ଏ, ଏମ ବି ଏ, ଫେସନ ଟେକନୋଲୋଜି, ଆଇନ ଶିକ୍ଷା ଓ ସାମ୍ବାଦିକ ପାଠ୍ୟକ୍ରମ ଭଳି ବୃତ୍ତିଗତ ଶିକ୍ଷା ସମେତ ସବୁ ବିଭାଗ ରେ ପିଜି ଖୋଲିବା କୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି |ଖଲ୍ଲିକୋଟ ଠାରେ ଏକ ପୂର୍ଣ୍ଣାଙ୍ଗ ବସ ଷ୍ଟାଣ୍ଡ ପ୍ରତିଷ୍ଠା, ଏକ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ବ୍ୟାପକ ଜଳସେଚନ ଓ ପ୍ରସ୍ତାବିତ ଶାଳିଆ ଜଳସେଚନ ପ୍ରକଳ୍ପ କୁ ତ୍ୱରାନ୍ୱିତ କରିବା ର ଚାଷୀ ମାନଙ୍କ ଜରୁରି ଆବଶ୍ୟକତା ରହିଛି |ଦାଦନ ସମସ୍ୟା ରୋକିବା ପାଇଁ ଏକ ଶ୍ରମ କାର୍ଯ୍ୟାଳୟ ଓ ବୟନ ଶିଳ୍ପ ଓ କୃଷି ଭତ୍ତିକ ଶିଳ୍ପ ସାଙ୍ଗକୁ କ୍ଷୁଦ୍ର , ମାଧ୍ୟମ ଶିଳ୍ପ ସ୍ଥାପନ ପାଇଁ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି |ଏସ ଏଚ ଜି ମହିଳା ମାନଙ୍କୁ ସବୁ ଦିନିଆ କାମ ପାଇଁ ଏକ ରପ୍ତାନି ଭିତ୍ତିକ ରେଡି ମେଡ଼ ଶିଳ୍ପ ପ୍ରତିଷ୍ଠା କୁ ସରକାର ଧ୍ୟାନ ଦେବା ପାଇଁ ଏସ ଏଚ ଜି ଫେଡ଼ରେସନ ମ|ନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |

ଓଡିଶା ର ବହୁ ଦେବା ଦେବୀ ମନ୍ଦିର ଓ ପୁରାତନ ପର୍ଯ୍ୟଟନ ସ୍ଥଳୀ ଗୁଡିକ ରୂପାନ୍ତରିତ ହୋଇଥିବା ବେଳେ ଅନନ୍ୟ ଭାସ୍କର୍ଯ୍ୟ ବିମଣ୍ଡିତ ଓ 300 ବର୍ଷ ର ଓଡିଶା ର ଦ୍ବିତୀୟ ବୃହତ୍ତମ ଜଗନ୍ନାଥ ମନ୍ଦିର, ନିର୍ମଳଝର, ଝ|ଡ଼େଶ୍ୱର, ସକଳେଶ୍ୱର, ରାଧାକୃଷ୍ଣ ମନ୍ଦିର ଭଳି ପ୍ରାଚୀନ ମନ୍ଦିର ଗୁଡିକ ରୂପାନ୍ତରୀଣ ରାଜ୍ୟ ମୁଖ୍ୟମନ୍ତ୍ରୀ କିମ୍ବା 5T ଅଧକ୍ଷ ଗୁରୁତ୍ୱ ନ ଦେବା ଫଳରେ ଏହି ଅବହେଳା ପାଇଁ ଆଗାମୀ ନିର୍ବାଚନ ରେ ଏହା ଏକ ନିର୍ବାଚନୀ ମୁଦ୍ଧା ହେବାକୁ ଯାଉଛି |ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ଚିକିତ୍ସାଳୟ ରେ ପରିଣତ କରିବା ଖଲ୍ଲିକୋଟ ରେଳ ଷ୍ଟେସନ ରେ ସମସ୍ତ ଦ୍ରୁତଗାମୀ ଟ୍ରେନ ରହଣି ଓ ପ୍ରତି ପଂଚାୟତ ରେ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ରାଜସ୍ବ ସରକେଲ ଖୋଲିବା ଓ ଖଲ୍ଲିକୋଟ ସହରରେ ରେ ଥିବା ମର୍ଦରାଜ ଟାଉନ ହଲ କୁ ଜରାଜୀର୍ଣ୍ଣ ଅବସ୍ଥା ରୁ ଉଦ୍ଧାର କରି ଏକ ଆକର୍ଷଣୀୟ ଟାଉନ ହଲ ରେ ପରିଣତ କରିବା ସହ ଖଲ୍ଲିକୋଟ ସରକାରୀ ଚାରୁ ଓ କରୁ କଳା ମହାବିଦ୍ୟାଳୟ କୁ ସ୍ଥାନାନ୍ତରିତ କରି ଏହାକୁ ମର୍ଦରାଜ ହରିଟେଜ ରେ ପରିଣତ କରିବା ସହ ସହର ରେ ହରିହର, ରାମଚନ୍ଦ୍ର, ବାଇ କୋଳି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରୀ ଅନୁଦାନ ପ୍ରଦାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )