You are currently viewing ଆଦର୍ଶ ଇଣ୍ଟନ୍ୟାସନାଲ୍ ସ୍କୁଲ୍, ଅନୁଗୁଳର ବାର୍ଷିକ ଉତ୍ସବ (ଆଦର୍ଶ କାର୍ନିଭାଲ,୨୦୨୬) ପାଳିତ।
ଆଦର୍ଶ ଇଣ୍ଟନ୍ୟାସନାଲ୍ ସ୍କୁଲ୍, ଅନୁଗୁଳର ବାର୍ଷିକ ଉତ୍ସବ (ଆଦର୍ଶ କାର୍ନିଭାଲ,୨୦୨୬) ପାଳିତ।

ଅନୁଗୁଳ ଏହି ଉତ୍ସବକୁ ବିଶିଷ୍ଟ ଅତିଥିମାନେ ଆଲୋକିତ କରିଥିଲେ। ଶ୍ରୀ ରାହୁଲ ଜୈନ୍, ଆଇପିଏସ୍, ଅନୁଗୁଳ ଜିଲ୍ଲାର ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଡକ୍ଟର ଶାନ୍ତନୁ କୁମାର ସର ସମ୍ମାନିତ ଅତିଥି ଭାବରେ ଏବଂ ଡକ୍ଟର ଧରଣୀଧର ନାଥ ମୁଖ୍ୟ ବକ୍ତା ଭାବରେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଭିନ୍ନ ସ୍କୁଲ୍ ର ପ୍ରିନ୍ସିପାଲ୍ ଏଵଂ ଶିକ୍ଷକ- ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତି ଉତ୍ସାହପ୍ରଦ ଥିଲା।

ସମଗ୍ର କାର୍ଯ୍ୟକ୍ରମଟି ପ୍ରିନ୍ସିପାଲ୍ ଶ୍ରୀ ସୁରେନ୍ଦ୍ର କୁମାର ଭୋଇଙ୍କ ନେତୃତ୍ୱରେ ଅତ୍ୟନ୍ତ ଯତ୍ନର ସହିତ ପରିକଳ୍ପିତ ଏବଂ କାର୍ଯ୍ୟକାରୀ ହୋଇଥିଲା। ଚେୟାରମ୍ୟାନ୍ ଡକ୍ଟର ମହେଶ ଚନ୍ଦ୍ର ଧଳ ଏବଂ ଭାଇସ୍ ଚେୟାରମ୍ୟାନ୍ ଶ୍ରୀମତୀ ଆର୍ଯ୍ୟସୁତା ଧଳଙ୍କ ମୂଲ୍ୟବାନ୍ ମାର୍ଗଦର୍ଶନ ଏହି ଉତ୍ସବର ସଫଳତାରେ ବିଶେଷ ଭୂମିକା ଗ୍ରହଣ କରିଥିଲା।

ନୃତ୍ୟ ଶିକ୍ଷୟିତ୍ରୀ ମିସ୍ ଅନିତା ରାଜଗୁରୁଙ୍କ ଅକ୍ଳାନ୍ତ ପ୍ରଶିକ୍ଷଣ ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ନୃତ୍ୟ ସହିତ ସୁମଧୁର ସଙ୍ଗୀତ ଏବଂ ଆକର୍ଷଣୀୟ ଅଭିନୟ ସନ୍ଧ୍ୟାକୁ ସରସ ସୁନ୍ଦର କରିଥିଲା।

କାର୍ଯ୍ୟକ୍ରମର ସଂଯୋଜନା ଶୁଶ୍ରୀ ସଙ୍ଗୀତା ସ୍ୱାଇଁ ଏବଂ ଶର୍ମିଷ୍ଠା ଦାସ ଅତ୍ୟନ୍ତ ଆକର୍ଷଣୀୟ ଭାବରେ କରିଥିଲେ।

ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଶ୍ରୀ ରାହୁଲ ଜୈନ୍ “Student of the year” ଙ୍କୁ ପୁରସ୍କୃତ କରିବା ସହିତ ଏକ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ସେ କହିଥିଲେ, “ଛାତ୍ରଛାତ୍ରୀଙ୍କ ପାଇଁ ଶୃଙ୍ଖଳିତ ଜୀବନ ଅତ୍ୟନ୍ତ ଆବଶ୍ୟକ, ଯାହା ନିର୍ଦ୍ଧାରଣ କରିବ ସେମାନେ କେତେ ଦୂର ଯାଇପାରିବେ।” କାର୍ଯ୍ୟକ୍ରମର ଶେଷରେ ଶ୍ରୀ ସତ୍ୟ ସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।


ଏହି ଉତ୍ସବରେ ପିଲାଙ୍କ ପିତାମାତା, ଅଭିଭାବକ ଏବଂ ସାଧାରଣ ନାଗରିକ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଞ୍ଚ ପ୍ରଦର୍ଶନ ଦେଖି ସମସ୍ତେ ମୁଗ୍ଧ ହୋଇଥିଲେ। ଆଦର୍ଶ କାର୍ନିଭାଲ୍ ୨୦୨୬ ଏକ ସ୍ମରଣୀୟ ସଫଳତା ହାସଲ କରିଛି। ଏହା ବିଦ୍ୟାଳୟର ସାମଗ୍ରିକ ବିକାଶ ପ୍ରତି ପ୍ରତିବଦ୍ଧତା ଏବଂ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚିତ କରିବାର ପ୍ରୟାସକୁ ପ୍ରତିଫଳିତ କରୁଛି।

ସ୍କୁଲ୍ ପ୍ରଶାସନ ସମସ୍ତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ପିତାମାତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।