ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆମ୍ବଗଡ଼ ସେବା ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଓ ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଏବଂ ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ , ବିଦ୍ୟାଳୟର ସଭାପତି ରଞ୍ଜନ ମଲ୍ଲିକ , ୱାର୍ଡ ମେମ୍ବର ବିକ୍ରମ ମଲ୍ଲିକ , ଦକ୍ଷିଣପୁର ପ୍ରଧାନ ଶିକ୍ଷୟତ୍ରୀ ଏ ପୁଷ୍ପଲତା , ଆମ୍ବଗଡ ପ୍ରଧାନ ଶିକ୍ଷୟତ୍ରୀ ନମିତା ସାହୁ ,

ଗୁଣ୍ଠବନ୍ଧ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ , ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ୱତୀ ଆଚାରୀ , ଲଙ୍ଗଳ ଦେଇ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ସେଠୀ , ଅବସରପ୍ରାପ୍ତ ସିଆରସିସି ଶିବରାମ ମହାଙ୍କୁଡ଼ ଓ ଏହି ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ।

ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ସମସ୍ତ ସମ୍ମାନନୀୟ ଅତିଥିଙ୍କ ସହ ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୁନି କୁନି ଛାତ୍ରଛାତ୍ରୀ ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଅତି ସୁନ୍ଦର ଭାବେ ସ୍ୱାଗତ ସଂଗୀତ ଗାନ କରିଥିଲେ ।

ଲାଠି ପ୍ରଧାନ ଶିକ୍ଷୟତ୍ରୀ ସରିତା ଦାସ ମଞ୍ଚ ସାଜସଜ୍ଜା କରିଥିଲେ । ଲାଞ୍ଜିଆ ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାରଣା ମଞ୍ଚ ପରିଚାଳନା କରି ଅତିଥି ମାନଙ୍କୁ ପିଲାଙ୍କ ଦ୍ୱାରା ସମ୍ନlନୀତ କରାଇଥିଲେ । ଏଥିରେ କୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଙ୍ଗୀତା ପାତ୍ର ସହଯୋଗ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ବାର୍ଷିକ ବିବରଣୀ ପାଠ କରି ଥିଲେ । ଶିଶୁ ମାନଙ୍କ ଦ୍ଵାରା ଲେଖା ସ୍କୁଲ ମାଗାଜିନ ଉନ୍ମୋଚନ କରିବା ସହିତ ମୁଖ୍ୟ ଅତିଥି ଶ୍ରୀ ପାତ୍ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବର ଉଦ୍ଦେଶ୍ୟ ଓ ସମସ୍ତ ଛାତ୍ରୀଛାତ୍ର ମାନଙ୍କୁ ଜୀବନରେ ଗୋଟିଏ ଭଲ ମଣିଷ ହେବା ସହିତ ଭଗବାନ ପୁର ଗ୍ରାମର ଚତୁର୍ପାର୍ଶ୍ୱରେ ଯେପରି ପାହାଡ ପର୍ବତ ବୃକ୍ଷଲତା ଘେରି ରହିଛି ତାହାକୁ , ଗ୍ରାମବାସୀ କିପରି ଯତ୍ନ ନେଇ ପରିବେଶର ସୁରକ୍ଷା କରାଯାଇ ପାରିବ ତାହା ଉପରେ ଉପଦେଶ ଦେଇଥିଲେ । ବଳରାମ ମଲ୍ଲିକଙ୍କ ତତ୍ତ୍ୱାବଧାନରେ କୁନି କୁନି ଛାତ୍ରଛାତ୍ରୀ ମାନେ ଅତି ସୁନ୍ଦରଭାବେ ନୃତ୍ୟ ପରିବେଷଣ କରିଥିଲେ ।

ଅପରାହ୍ନରେ ରୋହିଗାଁ ସିଆରସିସି ଜିତେନ୍ଦ୍ର ମହାନ୍ତି , ନିମାଖଣ୍ଡି ସିଆରସିସି ଲୋକନାଥ ପାଢ଼ୀ , ଶିକ୍ଷୟତ୍ରୀ ମମତା ଆଚାରୀ , ଶିକ୍ଷକ ଦେବାଶିଷ , ସନ୍ତୋଷ କୁମାର ସାହୁ , ରବିନ୍ ପାତ୍ର ଅତିଥି ରୂପେ ଯୋଗଦେଇ ମୁଖ୍ୟ ଅତିଥି କାହ୍ନୁ ପାତ୍ରଙ୍କ ସହ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ପିଲାମାନେ ଶିଖିଥିବା ନୃତ୍ୟ ପରିବେଷଣ କୁ ଉପଭୋଗ କରିଥିଲେ
ଅଙ୍ଗନବାଡି କର୍ମୀ ସୁଜାତା ତ୍ରିପାଠୀ , ଭାବଗ୍ରାହୀ ମଲ୍ଲିକ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନା କରିବା ସହିତ ବିଦ୍ୟାଳୟ ପାଚିକା ମାନେ ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷକ ଶିବାନନ୍ଦ ସାହୁ ଓ ଶିକ୍ଷୟତ୍ରୀ ଉଷାରାଣୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ

