ବାସ୍ତବ ଜୀବନରେ ଘଟୁଥିବା ଘଟଣା ଉପରେ ଆଧାରିତ ହସ କାନ୍ଦ ଭରା ଏହି ନାଟକ ଉଦଘାଟିତ ହୋଇଯାଇଛି। ଗଞ୍ଜାମ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ଠାରେ କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଶ୍ରୀ ଦୁର୍ଗା ମାଧବ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ନାଟକକୁ ଶୁଭ ଉଦଘାଟନ କରିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ। ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ବିଜେପି ପର୍ଯ୍ୟବେକ୍ଷକ ପ୍ରତିନିଧି କିଶୋର ଚନ୍ଦ୍ର ପରିଡା, ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, ସମିତି ସଭ୍ୟ ମାଧବ ରାଉତ, ଜିଲ୍ଲା ଉପସଭାପତି ରବୀନ୍ଦ୍ର ମିସ୍ତ୍ରୀ,ଖଣ୍ଡିଆ ନଈ ସରପଞ୍ଚ ପଙ୍କଜ କୁମାର ସେଠି, ମଣ୍ଡଳ ଉପସଭାପତି ଲକ୍ଷ୍ମଣ ପାଣ୍ଡି,ବେଗୁନିଆପଡା ମଣ୍ଡଳ ପ୍ରତିନିଧି ସିମାଞ୍ଚଳ ମହାନ୍ତି, ସମାଜସେବି ବଣ୍ଟି ଜେନା, ବସନ୍ତ ଭୂୟାଁ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।ମଞ୍ଚାସିନ ଅତିଥି ମାନେ ଗଞ୍ଜାମ ଓ ଓଡିଶା ର କଳା ସଂସ୍କୃତି ଉପରେ ଆଲୋଚନା କରିବା ସହ କଳାକାର ଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ କରିଥିବା ପ୍ରୟାସକୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ବିକ୍ରମପୁର ଗ୍ରାମର ନାଟ୍ୟକାର ଓ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡା, ସହ ନିର୍ଦେଶକ ରାଜେନ୍ଦ୍ର ଭୂୟାଁ ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ନାଟକରେ ଯୋଗ ଦେଇ କଳା ଓ କଳାକାର ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ମନ୍ଦିର ପରିଚାଳନା କମିଟି, ଗ୍ରାମବାସୀ, ଯୁବକ ସଂଘର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିଥିଲେ ।
କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଯେ ବି ନିୟୁଜ।
