ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ବିଦ୍ୟାଳୟ ପରିସର ରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟରରେ ଓଡିଆ ପରମ୍ପରା ସଂସ୍କୃତି ରଜ ଊତ୍ସବକୁ ବେଶ ଧୂମଧାମ ପାଳନ କରାଯାଇଛି । ଏହି ରଜ ଉତ୍ସବରେ ବିଭିନ୍ନ ଅନୁଷ୍ଠାନର ମହିଳା ତଥା ସଖୀ ସେଣ୍ଟର ଦ୍ୱାରା ସଫଳତା ପାଇଥିବା ମହିଳା ମାନକୁ ମଧ୍ୟ ରଜ ମହୋତ୍ସବରେ ଯୋଗଦାନ ଦେବା ପାଇଁ ଆମନ୍ତ୍ରଣ କରାଯାଇ ଥିଲା। ଏଥିରେ ସମସ୍ତ ମହିଳା ଓ ଝିଅ ନାନା ଅଳଙ୍କାର ରେ ସଜ୍ଜିତ ହୋଇ, ପଦରେ ଅଳତା ଲଗାଇ ,ନୂଆଁ ପୋଷାକ ପିନ୍ଧି ସଜ ବାଜ ହୋଇ ଦୋଳି ଖେଳିବା ସହିତ ସଖୀ ସେଣ୍ଟରରେ ଆୟୋଜନ କରାଯାଇ ଥିବା ପତିଯୋଗିତାରେ ଯୋଗ ଦେଇ ଥିଲେ। ଖେଳରେ ବିଜୟିନୀ ପାର୍ଥି ମାନକୁ ପୁରସ୍କୃତ କରାଯାଇ ଥିଲା। ତା ସହିତ ଅନୁଷ୍ଠାନରେ କ୍ଷୀରି, ପିଠା ପସ୍ତୁତ ହୋଇ ଥିଲା। ସମସ୍ତେ ଏହାକୁ ଖାଇ ପରସ୍ପରକୁ ରଜ ସୁଭେଛା ଜଣାଇଥିଲେ। ରଜ ରେ ପିଠା ପଣା ସାଙ୍ଗକୁ ରଜ ଦୋଳି ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଟାନର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ କାର୍ଯ୍ୟକ୍ରମକୁ ସଂଯୋଜନା କରି ମହିଳା ମାନଙ୍କ ମନରେ ସଂସ୍କୃତି ପ୍ରତି ଊତ୍ସହ ସୃଷ୍ଟି ହେବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଦର୍ଶ ମହିଳା ମଣ୍ଡଳର ସଭା ନେତ୍ରୀ କେ. ରତ୍ନମାଳ।, ସବିତା ସାହୁକାର (ଡ଼ିଏଲଏସଏ), ଯମୁନା ସାହୁ, ଡ଼ି. ରମାଦେବୀ (ସିଆରପି), ସାବିତ୍ରୀ ବେହେରା (ସିଆରପି), ଏସ. ମହାଲକ୍ଷ୍ମୀ ରେଡ୍ଡୀ (ସିଆରପି), ଏନ. ପୁଷ୍ପାଞ୍ଜଳି (ଏମବିକେ), ମିନତୀ ମହାରଣା(ସିଆରପି), ମାଲତୀ ସାହୁ (ବ୍ୟାଙ୍କମିତ୍ର) ପ୍ରମୁଖ ଯୋଗଦେଇ ମହିଳା ମାନଙ୍କର ଏକତା, ସାର୍ବଭୌମତ। ସହ ସଂସ୍କୃତି ପରମ୍ପରାକୁ ବଜାୟ ରଖୀ ପାରିଛି । କାର୍ଯ୍ୟକ୍ରମକୁ ସ୍ନେହାମୟୀ ପାଢୀ , ସୌଦାମିନୀ ସାହୁ, ପ୍ରୀତି ସରିତା, ତମ୍ବାଳି ନାୟକ, ଅରୁଣୀ ନାୟକ , ଐସୂର୍ଯ୍ୟା ସାବତ, ଅସ୍କିଲ। ରାଇକା, ଲିପିକା କୁମାରୀ ଜେନା, ଜ୍ୟୋତି ମଲ୍ଲିକ, ପାର୍ବତୀ ମଲ୍ଲିକ, ମଧୁସ୍ମିତା ମଲ୍ଲିକ ଓ ନିରଞ୍ଜନ ପ୍ରଧାନ ପରିଚାଳନା କରିଥଲେ ।

