You are currently viewing ଦଣ୍ଡଯାତ୍ରା ଉପଲକ୍ଷେ ନାଟକ ଲୁହରେ ଲେଖୁଛି ନୁଆଁ କାହାଣୀ ମଞ୍ଚସ୍ଥ
ଦଣ୍ଡଯାତ୍ରା ଉପଲକ୍ଷେ ନାଟକ ଲୁହରେ ଲେଖୁଛି ନୁଆଁ କାହାଣୀ ମଞ୍ଚସ୍ଥ

ବେଲଗୁଣ୍ଠା, 31/03, ବେଲଗୁଣ୍ଠା ବ୍ଳକ୍ ପାଲକଷଣ୍ଢା ଗ୍ରାମରେ ଚଳିତ ବର୍ଷର ଦଣ୍ଡଯାତ୍ରା ଉପଲକ୍ଷେ ମାଆ ରୁଦ୍ରକାଳୀ ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ନାଟକ ଲୁହରେ ଲେଖୁଛି ନୁଆଁ କାହାଣୀ ମଞ୍ଚସ୍ଥ ହୋଇଯାଇଛି I ଗଂଜାମ ଜିଲ୍ଲାର ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଶରତଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶିତ ଓ ଦକ୍ଷିଣ ଓଡ଼ିଶାର ଚଳଚିତ୍ର ନିର୍ଦେଶକ ତଥା ଯୁବ ସାମ୍ବାଦିକ ଜଗନ୍ନାଥ ନାୟକଙ୍କ ନିଖୁଣ ଅଭିନୟ ରେ ଆରମ୍ଭ ହୋଇଥିବା ନାଟକକୁ ବେଲଗୁଣ୍ଠା ବ୍ଳକ୍ ର ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଉଦ୍ଘାଟନ କରିଥିଲେ I ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ସରପଞ୍ଚ କମଳ କୁମାରୀ ପ୍ରଧାନ,ମୁଖ୍ୟ ବକ୍ତା ରୂପେ ସମାଜସେବୀ ଶିବରାମ ପାଢୀ ଏବଂ ସମ୍ମାନୀତ ଅତିଥି ରୂପେ ଗାଙ୍ଗପୁର ସମିତିସଭ୍ୟ ପ୍ରତିନିଧି ଅର୍ଜୁନ ବିଷୋୟୀ, ଖଇରପୁଟି ସମିତିସଭ୍ୟ ପ୍ରତିନିଧି ବିନୋଦ ବେହେରା, ମହନ୍ତ ରାମକୃଷ୍ଣ ଦାସ,ସମାଜସେବୀ ସଞ୍ଜୟ ପ୍ରଧାନ,ଭୀମସେନ ବିଷୋୟୀ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ I ନାଟକ ଦେଖିବାକୁ ଆଖପାଖ ଗ୍ରାମରୁ ଦୁଇ ହଜାରରୁ ଊର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ଏହି ଯାତ୍ରା ଆସନ୍ତା ତେର ତାରିଖ ମାସନ୍ତ ମେରୁରେ ଉଦଯାପନ ହେବ I ନାଟକ ଟି ଅତି ଉଛ କୋଟିର ହୋଇଥିବାରୁ ଦଶକ ମହଲରେ ଉଛ ପ୍ରଶଂସିତ ହୋଇପାରିଛି । ସମସ୍ତ କାର୍ଯ୍ୟକ୍ରମରେ ପାଲକଷଣ୍ଢା ଗ୍ରାମବାସୀ ସହଯୋଗ କରୁଛନ୍ତି I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଚଳିତ ବର୍ଷର ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଥିବାରୁ ଢୋଲ ମହୁରି ଗ୍ରାମ ପ୍ରକମ୍ପିତ ହେବା ସହିତ ବିଳମ୍ବିତ ରାତିରେ ବିଭିନ୍ନ ପୌରାଣିକ ଏବଂ ସାମାଜିକ ନାଟକ ମଞ୍ଚସ୍ଥ ହେଉଛି I

ରିପୋର୍ଟ-ଶିବରାମ ଚୌଧୁରୀ