ଝାରସୁଗୁଡ଼ା:
ଝାରସୁଗୁଡ଼ା ଜିଲ୍ଲା କାୟସ୍ଥ କରଣ ସମାଜ ପକ୍ଷରୁ ସ୍ଥାନୀୟ ସିରିୟାପାଲି ରୋଡ଼ସ୍ଥିତ ଲାଠ ବଗିଚାରେ ବାର୍ଷିକ ବନଭୋଜନର ଭବ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମାଜର ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ବନଭୋଜନ ଅବସରରେ ସମାଜ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା ସହ ଆପସେ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ମ୍ୟୁଜିକାଲ୍ ଚେୟାର, ସଙ୍ଗୀତ, ନୃତ୍ୟ ଓ କବିତା ପାଠ ଭଳି ବିଭିନ୍ନ ମନୋରଞ୍ଜନାତ୍ମକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହି ନେଇଥିଲା।
ସମାଜର ପୂର୍ବ ଉପାଧ୍ୟକ୍ଷ ସୁନୀଲ କୁମାର ସିନ୍ହାଙ୍କ ଧର୍ମପତ୍ନୀ ସ୍ବର୍ଗତ ପ୍ରୀତି ସିନ୍ହାଙ୍କ ସ୍ମୃତିରେ ଆୟୋଜିତ ମ୍ୟୁଜିକାଲ୍ ଚେୟାର ପ୍ରତିଯୋଗିତାର ବିଜେତାମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ତାପସ କୁମାର ରାୟଚୌଧୁରୀ, ରାଜନୀତି କ୍ଷେତ୍ରରେ ନେତାଜୀ ପଟ୍ଟନାୟକ, ରାଜ୍ୟ ହକି ଉପାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଁ ସମାଜର ପୂର୍ବ ମହାସଚିବ ଜୀବନ କୁମାର ମହାନ୍ତି ଏବଂ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନିତ ହେବା ପାଇଁ ପୂର୍ବ ପାର୍ଷଦ ଓ ସମାଜର ମହାସଚିବ ପ୍ୟାରେଲାଲ୍ ଶ୍ରୀବାସ୍ତବଙ୍କୁ ଅଙ୍ଗବସ୍ତ୍ର ଓ ଶ୍ରୀ ଚିତ୍ରଗୁପ୍ତ ମହାରାଜଙ୍କ ପୁସ୍ତକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସମାଜର ଅଧ୍ୟକ୍ଷ ଡା. ଦିଲୀପ କୁମାର ପଟ୍ଟନାୟକ, ସଚିବ ପ୍ୟାରେଲାଲ୍ ଶ୍ରୀବାସ୍ତବ, କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ସହ ଶିଶୁରଞ୍ଜନ ମହାପାତ୍ର, ବାଳାଜୀ ପ୍ରକାଶ ସକ୍ସେନା, ସୈଲେନ୍ଦ୍ର ଶ୍ରୀବାସ୍ତବ (ମୁନ୍ନାଭାଇ), ସୁମନ ସିନ୍ହା, ସୁନୀଲ ସିନ୍ହା, କୈଳାସ ଚନ୍ଦ୍ର ପଟ୍ଟନାୟକ, ବରୁଣ କୁମାର ବୋହିଦାର, ସନ୍ୟାସୀ ପଟ୍ଟନାୟକ, ପୂର୍ବ ସଚିବ ଜୀବନ ମହାନ୍ତି, ନୀରଜ ଶ୍ରୀବାସ୍ତବ, ଅମିତ ପଟ୍ଟନାୟକ, ପ୍ରତିଭା ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ବସନ୍ତୀ ପଟ୍ଟନାୟକ, ଅଲିଭା ଦାସ, ଦିବ୍ୟ ଚରଣ କୁଆଁର, ଗଣେଶ କୁମାର ସିନ୍ହା, ସୁନୀତା ଶ୍ରୀବାସ୍ତବ, ରାଜୀବ ରଞ୍ଜନ ସିନ୍ହା, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଚନ୍ଦନ ଶ୍ରୀବାସ୍ତବ ସହ ବହୁ ସଂଖ୍ୟକ ସମାଜର ଲୋକ ଉପସ୍ଥିତ ଥିଲେ।
ସମସ୍ତ ଉପସ୍ଥିତ ସଦସ୍ୟ ପାରିବାରିକ ପରିବେଶରେ ବନଭୋଜନର ଆନନ୍ଦ ଉପଭୋଗ କରି ସମାଜର ଏକତା ଓ ସାଉହାର୍ଦ୍ୟକୁ ଆହୁରି ସୁଦୃଢ଼ କରିଥିଲେ।

