You are currently viewing ନୂଆଗଡ ମଣ୍ଡଳ କାଳିଞ୍ଜି ସମାଜ ତରଫରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ।କୋଦଳା
ନୂଆଗଡ ମଣ୍ଡଳ କାଳିଞ୍ଜି ସମାଜ ତରଫରୁ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ।କୋଦଳା

(୨୮.୬.୨୦୨୬)-: ନୂଆଗଡ କାଳିଞ୍ଜି ସମାଜ ମଣ୍ଡଳ ତତଫରୁ ନୂଆଗଡ ମଣ୍ଡଳ ଗୃହ ପରିସରରେ ଆଜି ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୮୦% କିମ୍ବା ତଦୁର୍ଦ୍ଧ୍ୱ ନମ୍ବର ରଖି ସଫଳତାର ସହ କୃତ କାର୍ଯ୍ୟ ହୋଇଥିବା କାଳଞ୍ଜି ସମାଜର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ସହ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ ଅଞ୍ଚଳ ସଂଗଠନ ସଂପାଦକ ମନୋଜ ପ୍ରଧାନ , କୋଷାଧ୍ୟକ୍ଷ ପ୍ରଭାକର ନାୟକ, ଅଂଚଳ ଉପଦେଷ୍ଟା ନୀଳାଞ୍ଚଳ ସ୍ଵାଇଁ, ପୂର୍ବତନ ମଣ୍ଡଳ ସଭାପତି ମୁକୁନ୍ଦ ମାଧବ ସ୍ଵାଇଁ, ମଣ୍ଡଳ ସଭାପତି ରମେଶ କୁମାର ସ୍ବାଇଁ, ଉପସଭାପତି ବସନ୍ତ କୁମାର ଭୂୟାଁ, ସଂପାଦକ କବିରାଜ ଜେନା, ଭ୍ରମରବର ଭୂୟାଁ, ମାଧବ ରାଉତ, ମହେଶ୍ୱର ଭୂୟାଁ,ପ୍ରଫୁଲ କୁମାର ବିଷୋୟୀ, ପୀତବାସ ସ୍ଵାଇଁ, ଆରତ ବେହେରା, ଶ୍ରୀକାନ୍ତ ସୁମନ୍ତରାୟ, ଟୁନା ସ୍ଵାଇଁ, କପିଳ ସ୍ଵାଇଁ, ଇନ୍ଦ୍ରମଣି ବିଷୋୟୀ , ବିଜୟ ସ୍ଵାଇଁ,ସମେତ ନୂଆଗଡ ମଣ୍ଡଳ ଅନ୍ତର୍ଭୁକ୍ତ ସମସ୍ତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା ।