ସୋରଡ଼ା,22 /04 / 2026 ଗଞ୍ଜାମ ଜିଲ୍ଲା ସୋରଡ଼ାର ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ଚଳିତ ବର୍ଷର ବାର୍ଷିକ ଉତ୍ସବ
ତଥା ସାଂସ୍କୃତିକ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପୂର୍ବତନ ଇଂରାଜୀ ପ୍ରାଧ୍ୟାପକ ପ୍ରଫେସର ଇ ରାଜା ରାଓ ଓ ଡ଼ା ଅମୂଲ୍ୟ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ,ଇଂରାଜୀ ଅଧ୍ୟାପକ ଡ଼ଃ ହୃଷିକେଶ ମିଶ୍ର,ସୁଧାଂଶୁ ଶେଖର ପଣ୍ଡା, ପ୍ରଦୀପ କୁମାର ସ୍ୱାଇଁ, ସିପ୍ରା ପାତ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀ ସହିତଅନେକ ବୁଦ୍ଧିଜୀବୀ ଓ ସମାଜ ସେବୀ ଅଂଶ ଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ସରକାରଙ୍କ ଲକ୍ଷ ଲକ୍ଷ ଅର୍ଥ ବ୍ୟୟରେ ସୁନ୍ଦର ଶ୍ରେଣୀ କୋଠା ଓ ସୁନ୍ଦର ଭିତ୍ତିଭୂମି ଦେଇ ଉଚ୍ଚ କୋଟିର ନକ୍ସା ଓ ପରିପାଟିର ବିକାଶ ପାଇଁ ଅନନ୍ୟ ଚେଷ୍ଟା କରି ସମ୍ପାଦନ କରିଥିବା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ କେ ସନ୍ତୋଷ ପାତ୍ରଙ୍କୁ ଠିକାଦାର ଲକ୍ଷ୍ମୀ ଚରଣ ପଣ୍ଡାଙ୍କ ଜରିଆରେ ମାନପତ୍ର ଓ ସମ୍ବର୍ଦ୍ଧନା ଦେଇ ସମ୍ମାନିତ କରାଯାଇଥିଲା।

ଅନୁରୂପ ଭାବେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର ସାନୁ ବେହେରା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ଦ୍ୱିତୀୟ ଓ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ନିଜେ ସଫଳତା ଆଣିବା ସହିତ ଏହି ଅନୁଷ୍ଠାନର ନାମକୁ ଟେକ ରଖିଛନ୍ତି ଏଣୁ ଏହି କାର୍ଯ୍ୟକ୍ରମରେ ଉପଢୌକନ ଓ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଇଛି।ଏଥି ସହିତ ରଙ୍ଗାରଙ୍ଗ ଓ ଗୀତସଙ୍ଗୀତର ଆସର ନିଦାଘ ଖରା ବେଳରେ ଗଛ ଛାଇର ସୁ ସମ୍ପଦ ପରିସର ସମସ୍ତଙ୍କୁ ଏକତ୍ୱ ଭାବ ରଖିଥିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚସିନ ଅତିଥିମାନେ ମାନପତ୍ର ସହିତ ଟ୍ରଫି ଦେଇ ପୁରସ୍କୃତ କରିଥିଲେ।ଏହି ବର୍ଣ୍ଣାଢ୍ୟ ଉଦ୍ଯାପନ ଉତ୍ସବରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ପାଢି,ଡ଼ା ହୃଷୀକେଶ ମିଶ୍ର,ପ୍ରଦୀପ କୁମାର ସ୍ୱାଇଁ,ସୁଧାଂଶୁ ଶେଖର ପଣ୍ଡା,ବିବେକାନନ୍ଦ ନାୟକ,ତପନ କୁମାର ସାହୁ, ରବୀନ୍ଦ୍ର ପାଣିଗ୍ରାହୀଙ୍କ, ପ୍ରଦୀପ କୁମାର ସାହୁ ଆଦି ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

