ମୁନିଗୁଡାରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ପ୍ରଥମ ଥର ପାଇଁ
ଗୌଡ଼ସାହିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନିକଟସ୍ଥ ପଡିଆ ଠାରେ ରମାମଣି ଗ୍ରୁପ ପ୍ରତିଷ୍ଠାନ ଓ ରମାମଣି କଲେଜ ଅଫ ନର୍ସିଙ୍ଗର ମିଳିତ ଆୟୋଜନରେ ଗରବା ନାଇଟ ଅନୁଷ୍ଠିତ ହୋଇଯାଇଛି। ରମାମାଣି କଲେଜ ଅଫ ନର୍ସିଙ୍ଗର ନିର୍ଦ୍ଧେଶିକା ବନିତା ପଟ୍ଟନାୟକଙ୍କ ତତ୍ୱାବଧାନ ଓ ଡିନ ଅଭିନନ୍ଦନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଗରବା ନାଇଟ କାର୍ଯ୍ୟକ୍ରମରେ
କଲେଜ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଯୁବକ,ଯୁବତୀ, ମହିଳା ଓ ଶିଶୁ ମାନେ ଏହି ଗରବାରେ ଅଂଶ ଗ୍ରହଣ କରି ଗରବା ମେଜିକର ତାଳେ ତାଳେ ନାଚ କରିଥିଲେ। ଏହି ଗରବାରେ ଅଧିକାଂଶ ଯୁବ ପୀଢ଼ି ମାନେ ମଜା ନେଉଥିବା ଦେଖାଯାଉଥିଲା। ପ୍ରଥମ ଥର ପାଇଁ ମୁନିଗୁଡାରେ ଗରବା ନାଇଟ ଅନୁଷ୍ଠିତ ହେଉଥିବା ବେଳେ ଜନ ସାଧାରଣ ମାନେ ଅଧିକ ଉତ୍ସାହିତ ଥିବା ଦେଖାଯାଉଥିଲା। ଶାନ୍ତି ଶୃଙ୍ଖଳା ନିମନ୍ତେ ମୁନିଗୁଡା ଥାନା ଅଧିକାରୀ ଲଳିତ ମୋହନ ସାଗରଙ୍କ ନିର୍ଦେଶକ୍ରମେ ଥାନା ଏସଆଇ ଉର୍ମିଳା ସେଠୀ,ଜିୟଚିନ୍ଦ୍ର ସାହୁଙ୍କ ସମେତ ଅନ୍ୟ ପୋଲିସ ଅଧିକରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ପ୍ରଥମ ଥର ପାଇଁ ରମାମଣି କଲେଜ ଅଫ ନର୍ସିଙ୍ଗ ତରଫରୁ ଏହି ଗରବା ନାଇଟ କାର୍ଯ୍ୟକ୍ରମ କରା ଯାଇଥିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ଉତ୍ସାହର ସହିତ ମଜା ନେଇଥିବା ବେଳେ ଏହାକୁ ଆଖି ଆଗରେ ରଖି ଆସନ୍ତା ବର୍ଷ ପୁଣି ନୁଆ ମନ,ନୂଆ ଆଶା,ନୁଆ ମଜା,ନୂଆ ଗୀତ ସହ ଗରବା ନାଇଟ ଆୟୋଜନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ଚଳିତ ବର୍ଷ ଏହି ଗରବା ନାଇଟ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ରମାମଣି କଲେଜ ଅଫ ନର୍ସିଙ୍ଗର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଜନସାଧାରଣ ମାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ।

