You are currently viewing ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଅନୁଗୁଳରେ “୫୧ ମେଗା ଲକ୍ଷପତି ଡ୍ର” ଅନୁଷ୍ଠିତ ।*ମୁଖ୍ୟ ଆକର୍ଷଣ ସାଜିଲେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ |
ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଅନୁଗୁଳରେ “୫୧ ମେଗା ଲକ୍ଷପତି ଡ୍ର” ଅନୁଷ୍ଠିତ ।*ମୁଖ୍ୟ ଆକର୍ଷଣ ସାଜିଲେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ |

ଅନୁଗୁଳ : ( ଦିଲୀପ କୁମାର ଚୋପଦାର) ଓଡ଼ିଶାର ସର୍ବବୃହତ ଓ ସର୍ବଶ୍ରେଷ୍ଠ ଜୁଏଲାରୀ ପ୍ରତିଷ୍ଠାନ ” ଅରୁନ୍ଧତୀ ଜୁଏଲର୍ସ ” ପକ୍ଷରୁ ଅନୁଗୁଳର ବିଜୁ ମଇଦାନଠାରେ “୫୧ ମେଗା ଲକ୍ଷପତି
ଡ୍ର” କାର୍ଯ୍ୟକ୍ରମ ୧୨ ଫେବୃଆରୀ ୨୦୨୬ ସନ୍ଧ୍ୟା ରେ ଅତ୍ୟନ୍ତ ଆଡମ୍ବର ସହକାରେ
ଆୟୋଜିତ ହୋଇଯାଇଛି | ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସାକୁ ଅକ୍ଷୁର୍ଣ୍ଣ ରଖିଥିବା ଅରୁନ୍ଧତୀ ଜୁଏଲର୍ସ ସବୁବେଳେ ନିଜର ଗ୍ରାହକମାନଙ୍କ ମନକୁ ଛୁଇଁଲା ପରି ଆକର୍ଷଣୀୟ ସୁନା ଗହଣା ଓ ସେବା ଭେଟି ଦେଇ ଆସିଛି |ତେବେ ଚଳିତ ବର୍ଷ ସେହି ସଫଳତାକୁ ଆଉ ପାଦେ ଆଗକୁ ନେଇ ପ୍ରତିଷ୍ଠାନ ପକ୍ଷରୁ ୫୧ ଜଣ ଭାଗ୍ୟଶାଳୀ କୁପନଧାରୀ ଗ୍ରାହକଙ୍କୁ ଲକ୍ଷପତି ହେବାର ସର୍ବୋତ୍ତମ ସୁଯୋଗ ପ୍ରଦାନ କରାଯାଇଛି |
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ଅନୁଗୁଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ମହୋଦୟ , ସମ୍ମାନିତ ଅତିଥି ନଗରପାଳ ଶ୍ରୀ ଅକ୍ଷୟ ସାମନ୍ତ ,ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ତ୍ରିପାଠି ଏବଂ ଏହି ସ୍ମରଣୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ନାୟିକା ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସାଡର ଅର୍ଚ୍ଚିତା ସାହୁ | ଲୋକପ୍ରିୟ ଉପସ୍ଥାପିକା ରୋଜାଲିନ ମଞ୍ଚ ପରିଚାଳନା କରୁଥିବା ବେଳେ ସୁନାମଧନ୍ୟ କଣ୍ଠଶିଳ୍ପୀ ନାଭ୍ୟଙ୍କ ସୁମଧୁର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା |ହଜାର ହଜାର ଲୋକଙ୍କର ସମାଗମ ଉତ୍ସବର ମାହୋଲକୁ ଆହୁରି ଦ୍ବିଗୁଣିତ କରିବା ସହ ଅରୁନ୍ଧତୀର ସମସ୍ତ କର୍ମକର୍ତ୍ତାଙ୍କୁ ଆହୁରି ଉତ୍ସାହିତ କରିଥିଲା |
ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ନିଜର ଅଭିବ୍ୟକ୍ତି ପ୍ରକାଶ କରି କହିଥିଲେ ଯେ, ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ନିରନ୍ତର ଭଲପାଇବା ପାଇଁ ହିଁ ଅରୁନ୍ଧତୀ ଜୁଏଲର୍ସ ଆଜି ସଫଳତାର ଶୀର୍ଷକୁ ଛୁଇଁ ପାରିଛି | ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏହିପରି ଆକର୍ଷଣୀୟ ଅଫର ଏବଂ ନିଷ୍ଠାପର ସେବା ଯୋଗାଇ ଦେବାକୁ ପୂରା ଅରୁନ୍ଧତୀ ପରିବାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି |ସମସ୍ତ ଗ୍ରାହକଙ୍କ ବିପୁଳ ସହଯୋଗ ଓ ଉପସ୍ଥିତିରେ ଏହି ମେଗା ଲକ୍ଷପତି ଡ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |