You are currently viewing ୭ମ ଯୋଗାସନ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ
୭ମ ଯୋଗାସନ ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ

ପୁରୀ ୨୯/୫ ରାୟଗଡ ଜିଲ୍ଲା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଚଳିତ ମାସ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ୭ମ ରାଜ୍ୟ ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୨୦ଟି ଜିଲ୍ଲାର ୩୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ପୁରୀ ଜିଲ୍ଲାର ପ୍ରାୟ ୬୦ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରି ନିଜର ଯୋଗ ପ୍ରତିଭା ପ୍ରଦର୍ଶନ କରିଥିଲେ।ସାମୁହିକ ଭାବେ ପୁରୀ ଜିଲ୍ଲା ଚମ୍ପିୟାନ ଅଫ ଚମ୍ପିୟାନ ଟ୍ରଫି ହାସଲ କରିଥିଲେ।ଏଥିରେ କେନ୍ଦ୍ରାପଡା ଜିଲ୍ଲା ପ୍ରଥମ ରନରସ ଅଫ ଓ ରାୟଗଡ଼ ଜିଲ୍ଲା ଦ୍ୱିତୀୟ ରନରସ ଅଫ ହୋଇ ଥିଲେ।ଏହି ସଫଳତା ପାଇଁ ଜିଲ୍ଲାପାଳ, ଜିଲ୍ଲା ଏସପି, ଜିଲ୍ଲା କ୍ରିଡା ଅଧିକାରୀ ସମସ୍ତ ପ୍ରତିଯୋଗୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ସମସ୍ତ ପ୍ରତିଯୋଗୀ ଙ୍କ ସହ ମନୋଜ ମୁଖାର୍ଜୀ, ବିଥିକା ମହାନ୍ତି, ଆଲୋକ ସ୍ବାଇଁ, ରମାବଲ୍ଲଭ ମହାପାତ୍ର ପ୍ରମୁଖ ଜିଲ୍ଲାପାଳ, ଏସପି ପ୍ରମୁଖ ଙ୍କୁ ସାକ୍ଷାତ କରିଥିଲେ।