(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।)
ଦୀର୍ଘ ୪ ବର୍ଷ ପରେ କବିସୂର୍ଯ୍ୟନଗର ଠାରେ ଆଜିଠୁ ଆରମ୍ଭ ହୋଇଛି କବିସୂର୍ଯ୍ୟ ମହୋତ୍ସବ। ଗଞ୍ଜାମ କବିସୂର୍ଯ୍ୟନଗର ମାଟି କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମମାଟି ଅଟେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ମହୋତ୍ସବ ପାଳିତ ହେଉଥିବା ବେଳେ ବହୁ ସମ୍ମାନସ୍ପଦ ବ୍ଯକ୍ତି ବିଶେଷଙ୍କ ଉପସ୍ଥିତିରେ ଏହି ଉତ୍ସବ ଉଦଘାଟିତ ହୋଇଯାଇଛି। ମହୋତ୍ସବର ଅଧ୍ଯକ୍ଷା ତଥା ବିଧାୟିକା ଲତିକା ପ୍ରଧାନକଂ ଆବାହକତ୍ୱରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ, ପୂର୍ବତନ ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ଗଞ୍ଜାମ ଜୋନ୍ ବିଜେଡି ଜିଲ୍ଲା ସଭାପତି ନଚିକେତା ସ୍ବାଇଁ, ରାଜ୍ୟ ବିଜେଡି ଯୁବ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବେଗୁନିଆପଡ଼ା, ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ବ୍ଲକର ବହୁ ସରପଞ୍ଚ ଓ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ, କବି କବୟିତ୍ରୀ, ସାମ୍ବାଦିକ ମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ମଞ୍ଚ ନିକଟରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିଲା। ପୁରାତନ ଲୋକ କଳା ଚମ୍ପୁ ଠାରୁ ଆରମ୍ଭ କରି ଆଧୁନିକ ଗୀତ ନାଚ ଏବଂ ପରିଶେଷରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରୀୟାକଂ ଗୀତରେ ଝୁମିଥିଲେ ଦର୍ଶକ।
