ଦିଗପହଣ୍ଡି ୩୦/୦୪( ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମ ପଞ୍ଚାୟତ ର ଶିବାନନ୍ଦ ନୋଡାଲ ହାଇସ୍କୁଲ ରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅରୁଣ ଚନ୍ଦ୍ର ମହାପାତ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର ଙ୍କୁ ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ରବା ପାଇକ ,ବାଳା ମାଝୀ, ରସାନନ୍ଦ ଘଡେଇ, ସମ୍ମାନିତ ଅତିଥି ଡ଼ଃ ଗଜାନନ ତ୍ରିପାଠୀ ଆଇନଜୀବୀ ଯୋଗ ଦେଇଥିଲେ।

ଏହି ଅବସରରେ ଦିଗପହଣ୍ଡି ର ପ୍ରତିଷ୍ଠିତ ସାହିତ୍ୟ ସଂସଦ ଆମଭାଷା ସାହିତ୍ୟ ସଂସଦ ପକ୍ଷରୁ ୨୦୨୬-ଶିକ୍ଷକ ଗୈାରବ ସମ୍ମାନ ପ୍ରଦାନ କରାଯାଇଥିଲା।ଦିର୍ଘ ୩ଦଶନ୍ଧି ଧରି ଉପାନ୍ତ ଅଞ୍ଚଳ ରେ ଶିକ୍ଷା ର ଅଗ୍ରଗତି ରେ ଶ୍ରୀ ମହାପାତ୍ର ଙ୍କ ପରିଶ୍ରମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ଆମଭାଷା ର ସମ୍ପାଦକ ଡ଼ଃ ଗଜାନନ ତ୍ରିପାଠୀ କହିଥିଲେ। ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷୟତ୍ରୀ ଏ.ସ୍ବାତୀ, କଳା ଶିକ୍ଷକ କୁନାଲ ସେଠୀ, ହିନ୍ଦୀ ଶିକ୍ଷୟିତ୍ରୀ ମୋନାଲିତା ନାୟକ, ବିଜ୍ଞାନ ଶିକ୍ଷୟତ୍ରୀ ଶୈଳବାଳା ବଡ଼ ମୁଣ୍ଡି ଖେଳ ଶିକ୍ଷୟତ୍ରୀ ସସ୍ମିତା ପ୍ରଧାନ, ସହକାରୀ ଶିକ୍ଷକ ପ୍ରଦିପ କୁମାର ମହାପାତ୍ର,ଏମ୍. ନରସିଂଗୁଲୁ ପାତ୍ର,ହରିଦ୍ରା ମିଶ୍ର,ଆରତି ପଣ୍ଡା, କନିଷ୍ଠ କିରାଣୀ ମନୋରଞ୍ଜନ ପାଢୀ ଏବଂ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଗ୍ରାମର ଭଦ୍ରବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା , ଭିଷ୍ମଗିରି ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ,, କରପଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଳିତ ମୋହନ ବାଡ଼ତ୍ୟା , ସି ଆର୍ ସି ସି ନବୀନ ବାଡ଼ତ୍ୟା , ସରପଞ୍ଚ ତପନ କୁମାର
ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ଗଣେଶ ପାଣିଗ୍ରାହୀ ରିପୋର୍ଟ

