You are currently viewing କଊଡିଆରେ ଶୁଭକାମନା ଟ୍ରଷ୍ଟର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ : ଦୁସ୍ଥ କଳାକାରଙ୍କୁ ସମ୍ବର୍ଦ୍ଧନା ସହ ସିନେ ତାରକାଙ୍କ ଗହଣରେ ନାଟକ ମଞ୍ଚସ୍ଥ
କଊଡିଆରେ ଶୁଭକାମନା ଟ୍ରଷ୍ଟର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ : ଦୁସ୍ଥ କଳାକାରଙ୍କୁ ସମ୍ବର୍ଦ୍ଧନା ସହ ସିନେ ତାରକାଙ୍କ ଗହଣରେ ନାଟକ ମଞ୍ଚସ୍ଥ

ସାନଖେମୁଣ୍ଡି , ୧୬/୦୬ -:- ସାନଖେମୁଣ୍ଡି ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ହଟାଓ କାର୍ଯ୍ୟକ୍ରମ ଅନ୍ତର୍ଗତରେ ସାନଖେମୁଣ୍ଡି ଅଞ୍ଚଳର ଚିହ୍ନିତ ଯକ୍ଷ୍ମାରୋଗୀଙ୍କୁ ସୁଷମ ପୋଷଣ ଖାଦ୍ୟ ବଣ୍ଟନ କରୁଥିବା ଧର୍ମରାୟପୁର ସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ଶୁଭକାମନା ଚାରିଟେବଲ ଟ୍ରଷ୍ଟ ସୌଜନ୍ୟରୁ ରଜପର୍ବ ଅବସରରେ କଉଡ଼ିଆ ଗ୍ରାମ ବକରଙ୍ଗୀ ଯୁବସଂଘର ମିଳିତ ଉଦ୍ୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ଗ୍ରାମ ଯୁବ ଅଭିଜ୍ଞ କଳାକାରଙ୍କୁ ନେଇ ଅଭିନୀତ ସାମାଜିକ ନାଟକ କଳିଯୁଗର ଏ ନୂଆଁ କାହାଣୀ ମଞ୍ଚସ୍ଥ ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ ସିନେ ଅଭିନେତା ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର , ପ୍ରଯୋଜକ ତଥା ଅଭିନେତା ରବି ମିଶ୍ର , ନିର୍ଦ୍ଦେଶକ ଅଶୋକ ପତିଙ୍କ ସହ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଜୀବନ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତି ଜାହିର କରିଛି । ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳ କଳାର କୈବଲ୍ୟ ସାଜିଥିବା କଉଡ଼ିଆ ଗ୍ରାମ ବୟସ୍କ ଦୁସ୍ଥ କଳାକାରଙ୍କୁ ସଂସ୍ଥା ସୌଜନ୍ୟରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଞ୍ଚଳର ସାମୁହିକ ବିକାଶରେ ଟ୍ରଷ୍ଟର ଭୂମିକାକୁ ନେଇ ଶୁଭକାମନା ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ରଥ ସାଧାରଣରେ ଉପସ୍ଥାପନା କରାଇଛନ୍ତି ।


କଉଡ଼ିଆ ପଞ୍ଚାୟତ ଯୁବନେତା ତଥା କାର୍ଯ୍ୟକ୍ରମ ମୁଖ୍ୟବକ୍ତା ଜିଲ୍ଲାପରିଷଦ ସଭ୍ୟ ଅମିନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଓଡ଼ିଆ ସିନେ ଅଭିନେତାଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ମଞ୍ଚାସୀନ ରହିଥିଲେ । ଉପସ୍ଥିତ ଅତିଥିଙ୍କ ଦ୍ଵାରା ମଞ୍ଚାସୀନ ଦାରୂଦେବତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ରସାଣିତ ହୋଇଥିଲା ଉପସ୍ଥିତ ଅତିଥିଙ୍କୁ ବାଜରଙ୍ଗୀ ଯୁବ ସଂଘ ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଅତିଥି ଗଣ ନିଜନିଜ ବକ୍ତବ୍ୟରେ ସାନଖେମୁଣ୍ଡିର ନାଟ୍ୟ କଳା କ୍ଷେତ୍ରରେ କଉଡ଼ିଆର ବର୍ଷୀୟାନ କଳାକାରଙ୍କ ଭୂମିକା ସହ ସେମାନଙ୍କ ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଶୋକ ବେହେରା , ନାର୍ସୁ ପ୍ରଧାନ , ଏରେଣ୍ଡ୍ରା ସରପଞ୍ଚ ଧୋବା ସ୍ୱାଇଁ , ସରପଞ୍ଚ ଅଳୟ ଦାସ , ବିଜୟ ଭୂୟାଁ , ପ୍ରମୁଖ ମଞ୍ଚାସୀନ ରହିଥିଲା ବେଳେ ସଭାପତି ମର୍କତ କେଶରୀ ପରିଡ଼ା , ଉପସଭାପତି ରୋହିତ ପ୍ରଧାନ , ଲଡୁ କିଶୋର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।