You are currently viewing ଇଣ୍ଡିଆ ଟ୍ରେଡ ଏକ୍ସପୋ ଉଦଘାଟିତଦେଶ ବିଦେଶର ୮୦ ଷ୍ଟଲ
ଇଣ୍ଡିଆ ଟ୍ରେଡ ଏକ୍ସପୋ ଉଦଘାଟିତଦେଶ ବିଦେଶର ୮୦ ଷ୍ଟଲ

ପୁରୀ,୨୨/୫- ଇଣ୍ଡିଆ ଟ୍ରେଡ ଏକ୍ସପୋ ର ଦ୍ବିତୀୟ ଥର ପାଇଁ ପୁରୀ ଜଗନ୍ନାଥ ଧାମ ପୁରୀ ବଡଦାଣ୍ଡର ବଗଲା ଧର୍ମଶାଳା ପରିସରର ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ୨୨ ତାରିଖରୁ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ଦିନ ୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲାରହିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ବିଦେଶରୁ ଅନେକ ଷ୍ଟଲ ଖୋଲାଯାଇଛି । ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ମିଳୁଅଛି । ଏହାକୁ ବରିଷ୍ଠ ଓ ପୂର୍ବତନ କାର୍ଯ୍ଯନିର୍ବାହୀ ଇଂଜିନିୟର ଜଳନ୍ଧର ପ୍ରଧାନ ଉଦଘାଟନ କରି କହିଲେ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମରେ ଏହି ମେଳା ବିଶ୍ବରେ ବେଶ ନାମ କରିଛି । ଦେଶ ବିଦେଶର କ୍ବାଲିଟ ସାମଗ୍ରୀ ଷ୍ଟଲରେ ଉପଲବ୍ଧ । ନୂଆ ଚିନ୍ତାଧାରା, ବ୍ଯବସାୟିକ ବନ୍ଧୁତା ଓ ସାମଗ୍ରିର ବିଶ୍ବସ୍ତରୀୟ ପ୍ରଚାର ପାଇଁ ଏହା ଉଦ୍ଦିଷ୍ଟ ।

ଟ୍ରେଡ ଏକ୍ସପୋ ର ଏମଡି ତାପସ ରଞ୍ଜନ ମହାନ୍ତି କହିଲେ ଜଗତରନାଥ ଜଗନ୍ନାଥ । ତାଙ୍କରି ଧାମରେ ଜଗତର ବିଭିନ୍ନ ସ୍ଥାନରୁ ସାମଗ୍ରି ଓ ସରଞ୍ଜାମ ଆସିଛି । ଗତବର୍ଷ ବିକ୍ରି ଠାରୁ ଚଳିତବର୍ଷ ଭଲ ବିକ୍ରି ହେବ ବୋଲି ଆଶା କରିଛନ୍ତି । ୮ ଶହରୁ ଅଧିକ ଆଇଟମ ବିଭିନ୍ନ ଷ୍ଟଲରେ ରହିଛି । ବିଦେଶରୁ ୬ ଟି ଦେଶ ଏହି ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭାରତର ୨୦ଟି ରାଜ୍ୟରୁ ଗୁଣବତ୍ତା ସମ୍ପନ୍ନ ସାମଗ୍ରୀ ଆସିଅଛି । ସମସ୍ତ ଷ୍ଟଲ ଗୁଡିକ ଏୟାରକଣ୍ଡିସନ କରାଯାଇଛି । ଇମାଜିନେସନ, ଇନୋଭେସନ ଓ ଇନସ୍ପିରେସନ ଆଶା ରଖି ସ୍ଯାଡୋ ସଂସ୍ଥା ଏହାକୁ ଆୟୋଜିତ କରିଅଛି । ଷ୍ଟଲ ମାନଙ୍କ ମଧ୍ଯରେ ବର୍ମାଟିକ ଚେୟାର ଓ କାଠ ସାମଗ୍ରୀ,ହେଲଥ ଫିଟନେସ ପାଇଁ ଭୁବନେଶ୍ଵର ଆଭା ଟ୍ରେଡ ର ବିଭିନ୍ନ ଯନ୍ତ୍ରପାତି ସମ୍ଭାର ଆଣିଛି । ସବୁଠାରୁ ଆକର୍ଷଣୀୟ ହେଉଛି ଫାଇପ୍ ଡି ଫଟୋଆର୍ଟ । ଶ୍ରୀକୃଷ୍ଣଙ୍କ ଫଟୋକୁ ସିଧା ଚାହିଁଲେ ବାଳକୃଷ୍ଣ ଓ ଡାହାଣ ପଟକୁ କଡେଇ ଚାହିଁଲେ କୃଷ୍ଣ ହସୁଛନ୍ତି ଏବଂ ବାମପଟକୁ ଚାହିଁଲେ କୃଷ୍ଣ ଆଖି ମିଟିମିଟି କରୁଛନ୍ତି ଟିକେ ଦୂରରୁ ଚାହିଁଲେ ପାଟି ଖୋଲୁଥିବା ଜଣାପଡୁଛି । ତନୁ କ୍ରିଏସନର ଜୁଏଲାରୀ, ବେଙ୍ଗଲ ହାଣ୍ଡିକ୍ରାପ୍ଟସ, କଲିକତାର ହେମା କପଡା ଫୁଲ,ମୁମ୍ବାଇ ର ମୁଖବାସ,ଷ୍ଟେନଲେସ ଷ୍ଟଲି ଇମିଣ୍ଟେସନ, କଲିକତାର ରୁମିଶ ଜୁଏଲାରୀ, ମ୍ୟାଜିକ ବ୍ଲୁଜୁମ, ସିଲେକ୍ ଶାଢି, ସୋଫା ଆଇଟମ,ଆଫଗାନିସ୍ତାନ ର ଦାମିକା ଡ୍ରାଏ ଫୁଡ,ପଞ୍ଜାବୀ ଡ୍ରେସ, କଲିକତାର ଶାଢି ବ୍ଲାଉଜ, ରୂପସିଙ୍ଗାର, ରାଜସ୍ଥାନର ଅତର ଓ ଚୁଟି କଳା ଓ ଲମ୍ବା ପାଇଁ ଆଦିବାସୀ ତେଲ ବିକ୍ରି ହେଉଛି । ଆସନ୍ତାକାଲି ଫୁଡ ଷ୍ଟଲ ଖୋଲିବ । ଟ୍ରେଡ ଏକ୍ସପୋ ର ସୁବ୍ରତ ମହାନ୍ତି ଓ ଅନ୍ଯାନ୍ଯ କର୍ମକର୍ତ୍ତା ଯୋଗ ଦେଇଥିଲେ ।