You are currently viewing ଖଲ୍ଲିକୋଟ ରେ ମାର୍ଦରାଜ ମହୋତ୍ସବ – 2024 ଉଦଘାଟିତ ସ୍ଥାନୀୟ କଳାକାରଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ
ଖଲ୍ଲିକୋଟ ରେ ମାର୍ଦରାଜ ମହୋତ୍ସବ – 2024 ଉଦଘାଟିତ ସ୍ଥାନୀୟ କଳାକାରଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ

ଖଲ୍ଲିକୋଟ ; 11/1 ସବୁ ବର୍ଷ ଭଳି ଚଳିତ ବର୍ଷ ଖଲ୍ଲିକୋଟ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମର୍ଦରାଜ ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ମର୍ଦରାଜ ମହୋତ୍ସବ -2024
ଅ|ନୁଷ୍ଠାନିକ ଭାବେ ଉଦଘାଟିତ ହୋଇ ଯାଇଛି |ସାଂସ୍କୃତିକ ପରିଷଦ ର କାର୍ଯ୍ୟକାରୀ ସଭାପତି ଡାକ୍ତର ସଂକେତ ରାମ|ରାଓ ଙ୍କ ଅଧକ୍ଷତା ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ର ଶିକ୍ଷା ସ୍ଵାସ୍ଥ୍ୟ ଓ ଗମନ|ଗମନ ରେ ସ୍ବର୍ଗତ
ରାଜ|ବହାଦୁର ରାମଚନ୍ଦ୍ର ମର୍ଦରାଜ ଅବଦାନ ସବୁ ବେଳେ ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ |ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ଼ଃ ବିଷ୍ଣୁ ଚରଣ ଚୌଧୁରୀ ଯୋଗ ଦେଇ ରାମଚନ୍ଦ୍ର ମର୍ଦରାଜ ଙ୍କ ଭାଷା ଭିତ୍ତିକ ଆନ୍ଦୋଳନ କ୍ଷେତ୍ରରେ ଯଶସ୍ବୀ ଆନ୍ଦୋଳନ ଆଜି ଓଡିଶା କୁ ଭାଷା ସୂତ୍ର ରେ ବାନ୍ଧିବା ର ସୁଯୋଗ ମିଳିଛି ବୋଲି ପ୍ରକାଶ କରିଥିଲେ | ଏ ଉପଲକ୍ଷେ ଶ୍ରୀଯୁକ୍ତ ଚୌଧୁରୀ ଙ୍କୁ ଚଳିତ ବର୍ଷ ର ମାର୍ଦରାଜ ସମ୍ମାନ ରେ ସମ୍ବର୍ଦ୍ଧଟ କରାଯାଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଡାକ୍ତର ହର ପ୍ରସାଦ ମହାପାତ୍ର, ଶିକ୍ଷାବିତ ଚନ୍ଦ୍ର ଶେଖର ପଟ୍ଟନାୟକ ଉପ ସଭାପତି ଅନିରୁଦ୍ଧ ସାହୁ, ସହ ସମ୍ପାଦକ ମହେଶ୍ୱର ବରଡ଼, ନାରାୟଣ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ପରିଷଦ ର ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହ ସମ୍ପାଦକ ମହେଶ୍ୱର ବରଡ଼ ଧନ୍ୟବାଦ ଅର୍ପଣ କରିଥିଲେ | ଉଦ୍ଘାଟନୀ ସଭା ରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ରଙ୍ଗ|ରଙ୍ଗ କାର୍ଯ୍ୟକ୍ରମ ରେ ଉପସ୍ଥିତ ଦର୍ଶକ ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମିଥିଲେ |ମହୋତ୍ସବ ରେ ପ୍ରଦର୍ଶନୀ ଓ ମିନା ବଜାର ଦେଖିବାକୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା |

(ରିପୋର୍ଟ -ମାଧବ ବେହେରା ଖଲ୍ଲିକୋଟ, ଗଞ୍ଜାମ )