ଛତ୍ରପୁର ତା ୮/୩/୨୬ (ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ୟୁରୋ ସ୍କୁଲର ସପ୍ତମ ବାର୍ଷିକୋତ୍ସବ ‘ଆରୋହଣ’ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍-ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ଓ ଭାସ୍କର ମହପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଅନ୍ତର୍ଜାତୀୟସ୍ତରର ଅନୁଷ୍ଠାନ ଦ୍ୱାରା ପରିଚାଳିତ ୟୁରୋ ସ୍କୁଲରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ ।

ଏହାସହ ଲୁକ୍କାୟିତ ପ୍ରତିଭା ବି ଲୋକଲୋଚନକୁ ଆସିପାରିବ, ଆମେ ଦେଖି ଆସିଛୁ ଅନୁଷ୍ଠାନ ପ୍ରଥମେ ୫୦ ପିଲାଙ୍କୁ ନେଇ ପାଠ ପଢ଼ା ଆରମ୍ଭ କରିଥିଲା l ଆଜି ଅନୁଷ୍ଠାନର ସଫଳ କାର୍ଯ୍ୟକ୍ରମ ଲାଗି ୮ ଶହରୁ ଅଧିକା ପିଲା ଅଧ୍ୟୟନ କରୁଛନ୍ତି l ମୋ ଅଞ୍ଚଳରେ ଏହିପରି ଅନୁଷ୍ଠାନ ପାଇଁ ମୁ ଗର୍ବ କରିବା ସହ ଏଠାରେ ପାଠ ପଢ଼ୁଥିବା ପିଲାଙ୍କ ସହ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନ୍ନତି କରୁଛି l ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଅଭିଭାବକ ତଥା ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ଶକ୍ତି-ଏନ୍-ଏଜୁକେସନ୍ ଆଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ ଦ୍ୱାରା ପରିଚାଳିତ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଯୁଗୋପଯୋଗୀ ଶିକ୍ଷା ପ୍ରାଦନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ୍ ଉତ୍ସାହିତ ହୋଇଥିବା ସହିତ ସ୍କୁଲ୍ ମ୍ୟାନେଜମେଂଟକୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟତମ ସମ୍ମାନିତ ଅତିଥି ଅଭିଭାବକ ତଥା ଗଞ୍ଜାମ ଏସ୍.ପି. ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି, ସିବିଏସଇ ସ୍ୱୀକୃତିପ୍ରାପ୍ତ ଦ୍ୱାଦଶ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ହୋଇଥିବା ଛତ୍ରପୁର ସହରର ପ୍ରଥମ ଶିକ୍ଷାନୁଷ୍ଠାନ ଏହି ବିଦ୍ୟାଳୟ ଗୌରବ ହାସଲ କରିଥିବା ବେଳେ ଯୁକ୍ତଦୁଇ ବିଜ୍ଞାନ ପାଠ୍ୟକ୍ରମ ସହିତ ଜେଇ ଓ ନିଟ୍ ପାଠ୍ୟକ୍ରମ ପାଇଁ ସୁବିଧା ଉପଲବ୍ଧ ରହିଛି । ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଅନୁଷ୍ଠାନର ଏକାଡେମୀ ନିର୍ଦ୍ଦେଶକ ପି.କେ. ମିଶ ବାର୍ଷିକ ବିବରଣୀରେ ୨୦୧୮ ମସିହାରୁ ଏହି ଅନୁଷ୍ଠାନ ଆରମ୍ଭ ହୋଇଥିଲା ।

କରୋନା ମହାମାରୀ ବେଳେ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ କ୍ଷେତ୍ରରେ ଏହି ଅନୁଷ୍ଠାନ କାଇଟସ୍ ପ୍ରଡକ୍ସନ୍ ସଂସ୍ଥା ପକ୍ଷରୁ ‘ଏସିଆନ୍ ଏକ୍ସୁକେସନ୍-୨୦୨୦’ ସମ୍ମାନରେ ସମ୍ମାନିତ ହୋଇଛି । ୨୦୨୦-୨୧ରେ ଡିଜିଟାଲ୍ କ୍ଲସରୁମ୍ , ସ୍ମାର୍ଟକୋଚିଂ, ମୌଖିକ ଶିକ୍ଷାଶୈଳୀ ଓ ଗ୍ରୁପ୍ ଆଳୋଚନା ସମେତ ବିଭିନ୍ନ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁର ‘ଇମେଜ୍ ପ୍ଲାନେଟ୍ଟ୍ସଂସ୍ଥା ତରଫରୁ ପ୍ରଶଂସାପତ୍ର ମିଳିଛି । ଏହାସହ ଏହି ଅନୁଷ୍ଠାନ ଶ୍ରେଷ୍ଠ ଏମର୍ଜିଂ ପ୍ରାଇମେରି ସ୍କୁଲ ଇନ୍ ଛତ୍ରପୁର ନାମରେ ପୁରସ୍କୃତ ହୋଇଛି । ଏହାସହ ଅନୁଷ୍ଠାନର ଗଲାବର୍ଷ ପ୍ରଥମ ବ୍ୟାଚ୍ ଦଶମ ଶ୍ରେଣୀ ପରୀକ୍ଷାରେ ୨୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରି ୬ ଜଣ ଛାତ୍ରଛାତ୍ରୀ ୯୬ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୮ ଜଣ ୯୦ ପ୍ରତିଶତ ଏବଂ ବାକି ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ କମ୍ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ପ୍ରିନ୍ସପାଲ ତପସ୍ପିନୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନୁଷ୍ଠାନର ପ୍ରଥମ ଶ୍ରେଣୀ ଠୁ ଏକାଦଶ ଶ୍ରେଣୀର ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ଟପରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ସର୍ବଭାରତ ସ୍ତରରେ ସିଲଭ୍ର ଜୋନ୍ ଅଲମ୍ପିଆଡ୍ ପରୀକ୍ଷା ଅନୁଷ୍ଠାନର ତୃତୀୟ ଶ୍ରେଣୀ ଛାତ୍ରୀ ନ୍ୟାସା ପଟ୍ଟନାୟକ ପ୍ରଥମ ହୋଇଥିବାରୁ ତାଙ୍କୁ ମଧ୍ୟ ପୁରସ୍କାର କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପୃଷ୍ଠପୋଷକ ସସ୍ମିତା ମହାପାତ୍ର ପରିଚାଳନା କରିଥିଲେ l

ସେହିପରି ସୁନାମଧାନ୍ୟ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକଙ୍କ ଟ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଓଡିଆ ଚଳଚିତ୍ରର ହାସ୍ୟ ଅଭିନେତା ‘ବ୍ଲାକ୍ ରବି’ଙ୍କ ମଜାଳିଆ କମେଡି ଏବଂ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି, ଶୀତଲ ପାତ୍ର ଓ ଅର୍ପିତା ପଣ୍ଡାଙ୍କ ସଂଗୀତରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ୍ ମଜା ଉଠାଇଥିଲେ । ଅନୁଷ୍ଠାନର ନୃତ୍ୟ ଶିକ୍ଷକ ପୂର୍ଣ୍ଣଞ୍ଜୟ ଜେନାଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ପରିବେଷଣ ହୋଇଥିଲା ।

