ଖଲ୍ଲିକୋଟ ; 26/3 ଆଧୁନିକତା ର ଚାକଚକ୍ୟ ଓ ଡିଜିଟାଲ ଦୁନିଆ ର ପ୍ରାବଲ୍ୟ ଯୋଗୁ ଗ୍ରାମାଞ୍ଚଳ ମାନଙ୍କରେ ବର୍ଷ ବର୍ଷ ଧରି ରହି ଆସୁଥିବା ପାରମ୍ପରିକ କଳା ଏଵେ ବିଲୁପ୍ତ ପ୍ରାୟ |ଉତ୍କଟ ବେକାରୀ ଓ ଗ୍ରାମାଞ୍ଚଳ ମାନଙ୍କରେ ମଦ ର ସୁଲଭ ପ୍ରସାରଣ ଯୋଗୁ କଳାକାର ମାନଙ୍କ ସୃଜନଶୀଳତା ଦମନ ହୋଇ ପଡ଼ୁଛି |ସରକାର କଳାକାର ଭତ୍ତା ଏଵେ ଅଣ କଳାକାର ମାନଙ୍କ କବ୍ଜା ରେ ଖଲ୍ଲିକୋଟ ବ୍ଲକ ରେ କିଛି ସଂକୀର୍ତନ ଦଳ ର ଲୋକ ମାନଙ୍କୁ କଳାକାର ବିବେଚନା କରାଯାଉଛି |ସେହିପରି ଅନଭିଜ୍ଞ ବିଚାରକ ମଣ୍ଡଳୀ ଙ୍କ ଦ୍ୱାରା ରାଜନୈତିକ ଦଳ ର କର୍ମୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଉଛି |ଏଣେ ପ୍ରକୃତ ମଞ୍ଚ କଳାକାର ଯିଏ କି ପ୍ରକୃଷ୍ଟ କଳା କୁ ମଞ୍ଚ ରେ ନିଖୁଣ ଅଭିନୟ କରନ୍ତୁ ସେମାନେ କଳାକାର ଭତ୍ତା ରୁ ବଂଚିତ ହେବାକୁ ପଡ଼ୁଛି | ଏଣେ ସରକାରୀ ପୃଷ୍ଠପୋଷକ ଅଭାବ ରୁ ଖଲ୍ଲିକୋଟ ବ୍ଲକ ର ସାବୁଲିଆ ସଂଗୀତ କଞ୍ଚଣା ର ସଖି ନାଚ ସମେତ କୋଠ ପାଣ୍ଠି କୁ ବ୍ୟବହାର କରି ରାମ ନାଟକ କଂସ ବଧ, ମହାଭାରତ, ରାମାୟଣ ନାଟକ ସବୁ ଗ୍ରାମ ର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଲୋକ ମାନେ ନିଜକୁ କଳାକାର ସାଜି ମୁହଁ ରେ ରଙ୍ଗ ଲଗାଇ ଜରି ଓ ମାଳି ନିର୍ମିତ ପୋଷାକ ପିନ୍ଧି ପୌରାଣିକ ନାଟକ ସବୁ ମଞ୍ଚସ୍ଥ କରାଇ ଅବସର ବିନୋଦନ କରିଥାନ୍ତି |ଏପରି ଗ୍ରାମବାସୀଙ୍କ ଚାନ୍ଦା ଅର୍ଥ ରେ କାଠ ଓ ଲୁହା ରେ ନିର୍ମିତ ଷ୍ଟେଜ ମଧ୍ୟ ନିର୍ମାଣ କରିଥାନ୍ତି |ଏପରିକି ପ୍ରାଚୀନ କାଳରେ ଗ୍ରାମାଞ୍ଚଳ ଲୋକ ମାନେ ଛାମୁଣ୍ଡିଆ ପୋତି ଗ୍ୟାସ ଲାଇଟ ଲଗାଇ ମନୋରଞ୍ଜନ କରିଥାନ୍ତି | ବର୍ତମାନ ସେହି ପରିସ୍ଥିତି ନାହିଁ ଦର୍ଶକ ମାନେ ଟିକେଟ କାଟି ଯାତ୍ରା ଦେଖିବାକୁ ପସନ୍ଦ କଲେଣି |ଝିଲ୍ଲୀ ମିଲି ଆଲୋକ ମାଳା ଅଶ୍ଳୀଳ ଲଙ୍ଗଳା ନୃତ୍ୟ ଦେଖିବା ପାଇଁ ପଛାଉ ନାହାନ୍ତି |ଆଜିକାଲି ଆଧୁନିକ ଯୁବ ପିଢ଼ି ମାନେ ଯାତ୍ରା ଜଗତରୁ ସଂକ୍ରମିତ ହୋଇ ଲକ୍ଷାଧିକ ଟଙ୍କା ବିନିମୟ ରେ ମହିଳା କଳାକାର ଓ ରେକର୍ଡ ଡ୍ୟାନ୍ସ ମେଲୋଡି କରି ନାଟ୍ୟ ନିର୍ଦେଶକ ମାନଙ୍କୁ ନିଯୁକ୍ତ କରି ଯାତ୍ରା ମଞ୍ଚସ୍ଥ କରୁଛନ୍ତି |ଗ୍ରାମାଞ୍ଚଳ ଯୁବକ ମାନଙ୍କ ମନ କିଣି ସେମାନଙ୍କୁ ନିଜ ପକ୍ଷ କୁ ନେବା ପାଇଁ ରାଜନେତା ମାନେ ଯୋଗ ଦେଇ ଆଡମ୍ବରପୁର୍ଣ୍ଣ ଭାବେ ଉଦଘାଟନ କରି ଶସ୍ତା ଲୋକ ପ୍ରିୟତା ସାଉଁଟି ଥାନ୍ତି |ତେଣୁ 1877 ମସିହା ଠାରୁ ମାର୍ଚ୍ଚ 27 ତାରିଖ କୁ ବିଶ୍ୱ ରଙ୍ଗମଞ୍ଚ ଦିବସ ପାଳନ ହେଉଛି |ଏହି ଅବସର ରେ ଗ୍ରାମାଞ୍ଚଳ ର ବଣ ମଲ୍ଲୀ ଭାବେ ମରି ଯାଉଥିବା ନବ୍ୟ ଶିକ୍ଷିତ କଳାକାର ମାନଙ୍କୁ ଠାବ କରି ସେମାନଙ୍କ କଳା ସାଧନା କୁ ବଜାୟ ରଖି ଦେଶ ବିଦେଶ ରେ ଲବ୍ଧ ପ୍ରତିଷ୍ଠିତ କଳାକାର ମାନେ ହୁଏତ ଚଳଚିତ୍ର ଜଗତ ସୁଯୋଗ ମିଳିପାରେ |.

ଗତ କିଛିଦିନ ତଳେ କ୍ୟାମ୍ପସ ରେ ନୂଆ ଓ ମାଧ୍ୟମ ରେ ପିଲା ମାନେ କିଛି ଦିନ ପାଇଁ ମଞ୍ଚ ଅଭିନୟ ର ସୁଯୋଗ ପାଇଥିଲେ | ତେଣୁ ସରକାର ଗ୍ରାମାଞ୍ଚଳ ସୃଷ୍ଟି ହେଉଥିବା କଳାକାର ମାନଙ୍କ ପାଇଁ ସରକାରୀ ପୃଷ୍ଠପୋଷାକ ଯୋଗାଇ ମରିଯାଉଥିବା କଳା କୁ ଉଜ୍ଜୀବିତ କରିବା ପାଇଁ ନାଟ୍ୟ ନିର୍ଦେଶକ ତଥା ପ୍ରତିଷ୍ଠିତ ନାଟ୍ୟକାର ପ୍ରମୋଦ କୁମାର ଦାସ ରାଜ୍ୟ ସଂସ୍କୃତି ବିଭାଗ କର୍ମକର୍ତା ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ଚୈତ୍ର ମାସ ର ଦଣ୍ଡ ନାଚ ରେ ଚିତ୍ରାଳୟ ଠାରୁ ଆରମ୍ଭ କରି କିନ୍ନର କଳାକାର ପର୍ଯ୍ୟନ୍ତ ଦି ପଇସା ପାଇଥାନ୍ତି |ତେଣୁ କଳା ଆଉ ସୌଖିନ ବଦଳି ରେ ଜୀବିକା ପାଲଟିଲାଣି |ଯାତ୍ରା କୁ ଏକ ଶିଳ୍ପ ର ମାନ୍ୟତା ମିଳିଲେ ବହୁ କଳାକାର ଓ ଅନୁସଙ୍ଗିକ ସହଯୋଗୀ ମାନେ ବଂଚିବାର ସୁଯୋଗ ମିଳିପାରିବ
( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )
