You are currently viewing ଭଜନ ସମ୍ରାଟ ଭିକାରି ବଳ ସ୍ମୃତି ସଂସଦ ତରଫରୁ ଭିକାରି ବଳ ସଙ୍ଗୀତ ପ୍ରତିଯୋଗୀତା
ଭଜନ ସମ୍ରାଟ ଭିକାରି ବଳ ସ୍ମୃତି ସଂସଦ ତରଫରୁ ଭିକାରି ବଳ ସଙ୍ଗୀତ ପ୍ରତିଯୋଗୀତା

ବ୍ରହ୍ମପୁର,୨୦/୧୦/୨୪ ରିଖ ରେ ଗଂଜାମ କଳା ପରିଷଦରେ ଭଜନ ସମ୍ରାଟ ଭିକାରି ବଳ ସ୍ମୃତି ସଂସଦ ତରଫରୁ ଏକ ଜିଲ୍ଲା ସ୍ତରୀୟ ଭିକାରି ବଳ ସଙ୍ଗୀତ ପ୍ରତିଯୋଗିତା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଆ ପ୍ରାଧ୍ୟାପକ ଡ଼. ଶରତ କୁମାର ଜେନା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲା ବେଳେ ସଙ୍ଘର ଉପସଭାପତି ଶ୍ରୀ ସନ୍ତୋଷ କୁମାର ବେହେରା ସଭାପତିତ୍ୱ କରିଥିଲେ ଏବଂ ସମ୍ପାଦକ ଶ୍ରୀ ମିହିର ପାଣିଗ୍ରାହୀ ସମ୍ପାଦକୀୟ ପାଠ କରିଥିଲେ ।
କାର୍ଯ୍ୟକ୍ରମରେ ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଶ୍ରୀ ଅଷ୍ପିନୀ ମହାପାତ୍ର, ତବଲା ଗୁରୁ ଶ୍ରୀ ଅମୀୟ ତ୍ରିପାଠୀ, ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ସଂଗ୍ରାମ ପଟ୍ଟନାୟକ ଯୋଗ ଦେଇଥିଲେ ।ଏଥିରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସନ୍ଧ୍ୟା ରେ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଟିକିରି, ଜିତୁ, ଜୀବନ,ରଞ୍ଜନ ଓ ବିକାଶ ପ୍ରମୁଖ ବାଦ୍ୟ ଓ ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିଲାବେଳେ ଶ୍ରୀ ରଶ୍ମି ରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସଂସଦର ଉପଦେଷ୍ଟା ଶ୍ରୀ କୁରେଶ ଚୌଧୁରୀ, ପ୍ରଭାତ ପଟନାୟକ, ଶ୍ରୀ ଅଭୟେନ୍ଦୁ ପଟନୟକ ,ଭବାନୀ ମିଶ୍ର ,, ପ୍ରଭାତ,ସରୋଜ ମିଶ୍ର, ଚିନ୍ତାମଣି ସାହୁ , କେ.ରବୀନ୍ଦ୍ର ଦାସ , ଡ଼ାଃ ଚନ୍ଦନ ଗନ୍ତାୟତ ଓ ବଳରାମ ଭାଇ,ମନୋଜ ପାଣିଗ୍ରାହୀ ,ଅର୍ଜୁନ ବେହେରା,ନିରାକାର ଭାଇ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେବେଳେ ସଙ୍ଘର ସଂସ୍କୃତିକ ସମ୍ପାଦକ ଶ୍ରୀ ଭବାନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।