ଗଞ୍ଜାମ : ବୁଗୁଡ଼ା : ୯।୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ର ବଡ଼ ସାହି ରେ ଦୋଳ ଯାତ୍ରା ଉପଲକ୍ଷେ ପୌରାଣିକ ନାଟକ ‘ ବିଜୟୀ ପାଣ୍ଡବ ‘ ମଞ୍ଚସ୍ଥ ହୋଇଯାଇଛି। ଶ୍ରୀକାନ୍ତ ସ୍ବାମୀ ଓ ଦଧିବାମନ ଠାକୁର ଙ୍କ ଦୋଳ ମେଳଣ ଉତ୍ସବ ଅବସର ରେ ପୃଥକ୍ ଭାବେ ଉଭୟ ଠାକୁର ଙ୍କୁ ଦୋଳ ବିମାନ ରେ ଉପବେସନ କରାଇ ବାଦ୍ୟ ବାଜଣା ସହ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ଏବଂ ହୋଲିକା ଦହନ ବା ରାଜାଗ୍ନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀକାନ୍ତ ସ୍ବାମୀ ମନ୍ଦିର ମହନ୍ତ ପି. ରାଜ ଗୋପାଳ ଆଚାରୀ ଏବଂ ଦଧିବାମନ ମନ୍ଦିର ଟ୍ରଷ୍ଟି ବବ୍ରୁ ବାହନ ପୋଲାଇ ଙ୍କ ତତତ୍ଵାବଧାନରେ ଆୟୋଜିତ ଉତ୍ସବ ରେ ଠାକୁର ଙ୍କ ପୂଜା ପାଠ ରୀତିନୀତି ପ୍ରକାରେ ପୂଜକ ପି. ଜିତେନ୍ଦ୍ର କୁମାର ଆଚାରୀ ଓ ବିଭୂତି ଦାଶ ଙ୍କ ଦ୍ଵାରା ସମ୍ପାଦନ ହୋଇଥିଲା ବେଳେ ବହୁ ଶ୍ରଦ୍ଧାଳୁ ଙ୍କ ସମାବେଶ ଘଟିଥିଲା । ତେବେ ଦୋଳ ଯାତ୍ରା ଉପଲକ୍ଷେ ଆୟୋଜିତ ପୌରାଣିକ ନାଟକ କୁ ଦଧିବାମନ ମନ୍ଦିରର ପୂର୍ବତନ ଟ୍ରଷ୍ଟି ଦୀନବନ୍ଧୁ ପ୍ରଧାନ ଉଦଘାଟନ କରିଥିବା ବେଳେ ବହୁ ଦର୍ଶକ ନାଟକ କୁ ମନ ଭରି ଉପଭୋଗ କରିଥିଲେ । ଉକ୍ତ ଉତ୍ସବ କୁ ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ କରିଥିବା ବେଳେ ଏଥିରେ ଉଭୟ ବାଦୁଆ ଓ ଗୋଲିଆ ଗ୍ରାମବାସୀ ଙ୍କ ସହଯୋଗ ଦେଖିବାକୁ ମିଳିଥିଲା

