You are currently viewing ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୪ ଉଦଘାଟିତ ଗଞ୍ଜାମରେ ଚଳଚ୍ଚିତ୍ର ନିର୍ମାଣ ଷ୍ଟୁଡିଓ ପ୍ରତିଷ୍ଠା ଓ ନୂତନ କଳାକାର ସୃଷ୍ଟି ଲକ୍ଷ୍ୟ
ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ ୨୦୨୪ ଉଦଘାଟିତ ଗଞ୍ଜାମରେ ଚଳଚ୍ଚିତ୍ର ନିର୍ମାଣ ଷ୍ଟୁଡିଓ ପ୍ରତିଷ୍ଠା ଓ ନୂତନ କଳାକାର ସୃଷ୍ଟି ଲକ୍ଷ୍ୟ

ବ୍ରହ୍ମପୁର, ୨୮/୧୧: କଳା, ସାହିତ୍ୟ, ସଂସ୍କୃତି, ଖାଦ୍ୟପେୟ, ରହଣିଜନିତ ସୁବିଧା ଏବଂ ପ୍ରାକୃତିକ ସମ୍ପଦରେ ଭରପୂର ଗଞ୍ଜାମ ଜିଲ୍ଲାରେ ଏକ ଚଳଚ୍ଚିତ୍ର ନିର୍ମାଣ ଷ୍ଟୁଡିଓ ଏବଂ ଜିଜିଟାଲ୍ ଲ୍ୟାବ୍‌ ପ୍ରତିଷ୍ଠା ଦାବି ତଥା ଆମ ଅଞ୍ଚଳର ପିଲାଙ୍କୁ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରେରଣା ଦେବାର ଅଭିପ୍ରାୟ ନେଇ ଲକ୍ଷ୍ୟ ଓ ବ୍ରହ୍ମପୁର ଫିଲ୍ମ ଏପ୍ରେସିଏସନ୍ କ୍ଲବ୍ ପକ୍ଷରୁ ଆଜି ଗଞ୍ଜାମ କଳା ପରିଷଦ ଠାରେ ବ୍ରହ୍ମପୁର ଚଳଚ୍ଚିତ୍ର ଉତ୍ସବ – ୨୦୨୪ ଅନୁଷ୍ଠିତ ହୋଇଯାଇଛି! ଉତ୍ସବର ଅଧ୍ୟକ୍ଷ ମନୋଜ କୁମାର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ହେମନ୍ତ କୁମାର ଦାସ ଯୋଗ ଦେଇ ନୂତନ ପିଢ଼ିଙ୍କୁ ଡିଜିଟାଲ ଏଣ୍ଟରଟେନମେଣ୍ଟ ୱାର୍ଲଡ୍ ଉପଲକ୍ଷେ ପ୍ରସ୍ତୁତ ହେବାକୁ ପ୍ରେରଣା ଦେଇଥିଲେ। ସେହିଭଳି, ସମ୍ମାନିତ ଅତିଥି ଭାବେ… ମେୟର ସଂଘମିତ୍ରା ଦଳାଇ, ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚାଊ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ସୁବାସ ମହାରଣା , ଅଶୋକ ବ୍ରହ୍ମା, ନୀଳକଣ୍ଠ ସାହୁ, କିରଣବାଳା ମିଶ୍ର,ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ଯୋଗ ଦେଇ ଅଂଶୁଗହଣକାରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ହେମନ୍ତଙ୍କୁ ଆଉଟଷ୍ଟ୍ରେଣ୍ଡିଂ ଫିଲ୍ମ ଏଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି, ଭାଗ ନେଇଥିବା ସର୍ଟ ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ ଫିଚର୍ ଫିଲ୍ମ ନିର୍ମାତାମାନଙ୍କୁ ମଧ୍ୟ ମାନପ‌ତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା ‘ମାଟି ଆମ ଜୀବନ’କୁ ଶ୍ରେଷ୍ଠ ପ୍ରାମାଣିକ ଚିତ୍ର ଭାବେ ପୁରସ୍କୃତ କରାଯାଇଥିବା ବେଳେ ଆଦର୍ଶ ପ୍ରଧାନ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିଲେ I ଏନ୍. ରାମବାବୁ, ରମେଶ ମହାରଣା, ରଶ୍ମିତା କୁମାରୀ ଦଳାଇ, ଲକ୍ଷ୍ମୀନାରାୟଣ ସାବତ, ରଞ୍ଜିତା ପାତ୍ର,ଅନିଲ ପଟ୍ଟନାୟକ, ସୁଦୀପ୍ତ ପଟ୍ଟନାୟକ, ଅଜିତ ନାହାକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସ‌ହଯୋଗ କରିଥିଲେ।