You are currently viewing ମୁରଲୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିରରୁ ୪୧୧ ୟୁନିଟ୍ ସଂଗ୍ରହ
ମୁରଲୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିରରୁ ୪୧୧ ୟୁନିଟ୍ ସଂଗ୍ରହ

ଅର୍ବାନ୍ ବ୍ୟାଙ୍କ ସଭାପତି, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍, ମୁରଲୀ ମୋହନ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୧୫ ବର୍ଷ ଧରି ଜନ୍ମଦିନରେ ଏଭଳି ମହତ୍ କାର୍ଯ୍ୟ କରିଆସୁଥିବା ବେଳେ ଚଳିତ ବର୍ଷ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ରାଧାକୃଷ୍ଣ ବଣିକ ସଂଘ, ଫ୍ରେଣ୍ଡସ୍ ଫର୍ ଏଭର୍ ଗ୍ରୁପ ଓ ଶଙ୍କର ନେତ୍ରାଳୟର ମିଳିତ ଆନୁକୂଲ୍ୟରେ ତୁଳସୀ ନଗର ମେଇନ ରୋଡରେ ଥିବା ଲକି ସେଲେବ୍ରେକ୍ସନ ରେ ମେଗା ରକ୍ତଦାନ ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ପରୀକ୍ଷା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ

ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ମୂରଲୀଙ୍କ ମା ଆର ସାବିତ୍ରୀ,ସମାଜସେବୀ ଅରକ୍ଷିତ ଜେନା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ବରିଷ୍ଠ ନେତା ସୁବାଷ ମହାରଣା ଯୋଗ ଦେଇ ରକ୍ତଦାନ ଶିବରର ଶୁଭାରମ୍ଭକରିଥିଲେ।

ମହାନଗର ନିଗମର କର୍ପୋରେଟର ତିରୁପତି ପାତ୍ର, ପ୍ରଦୀପ ଶତପଥୀ, ଡି କରୁନ କର, ଏନ ଆପା ରାଓ, ଟି କିଶୋର, ରଞ୍ଜିତା ବେହେରା, ଜ ଶ୍ରିନୁ, ବନିତା ସାହୁ, ଗୀତା ରାଣୀ ପଣ୍ଡା , ସୋନାଲି ଗନ୍ତାୟତ,ସନ୍ତୋଷ ସେଠୀ, ଆରତୀ ତନ୍ତୀ, ପ୍ରଶାନ୍ତ ପଟ୍ଟନାୟକ, ସୁରେନ୍ଦ୍ର ମହାରଣା, ସବିତା ସାହୁ, ନୀଳକଣ୍ଠ ସାହୁ, ରଶ୍ମିତା ପ୍ରଧାନ, ପାର୍ବତୀ ପ୍ରଧାନ, ଦଣ୍ଡପାଣି ନାୟକ, ମମତା ପାତ୍ର, ନରସିଂହ ସେଠୀ, ସମୀର ମିଶ୍ର, ଯୋଗ ଦେବା ସହ ଅର୍ବାନ ବ୍ୟାଙ୍କ ର ସମସ୍ତ ସଦସ୍ୟ ଓ କର୍ମଚାରୀ ଯୋଗ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ। ବ୍ରହ୍ମପୁର ସହର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଅଭିନନ୍ଦନ ଜଣାଇଥିଲେ। ରକ୍ତଦାନ ଶିବିରରେ ମୋଟ ୪୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୪୧ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୫୦ଜଣଙ୍କ ଅସ୍ତ୍ରୋପଚାର କରିବା ନେଇ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଏହାଛଡ଼ା ୧୫ନଂ ୱାର୍ଡ଼ ସମେତ ଆଖପାଖ ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ହୃଦ୍‌ରୋଗ, ସ୍ନାୟୁ ରୋଗ, ଅସ୍ଥି ଶଲ୍ୟ, ମଧୁମେହ, ରକ୍ତଚାପ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ମୁରଲୀଙ୍କୁ ଅତିଥିମାନେ ପ୍ରଶଂସା କରିବା ସହ ରକ୍ତଦାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅର୍ବାନ୍ ବ୍ୟାଙ୍କ ସଭାପତି ମୁରଲୀ ସମସ୍ତଙ୍କ ଭଲପାଇବା ଓ ଭଗବାନଙ୍କ କୃପାରୁ ଏହା ସମ୍ଭବ ହୋଇପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ରାଧାକୃଷ୍ଣ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ, ତିରୁପତି ସୁବୁଦ୍ଧି, ସତ୍ୟନାରାୟଣ ପାତ୍ର, ଶ୍ରୀକାନ୍ତ ପାଣିଗ୍ରାହୀ, ସୁବାସ ପାତ୍ର, ପଞ୍ଚାନନ ରାଉତ, ସନ୍ତୋଷ କୁମାର, ଅହମ୍ମଦ, ରମେଶ ନାୟକ, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା, ସରୋଜ ଦାସ, ସୁଶୀଳ ସେନାପତି, କାଳୀଚରଣ ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ,ବଦ୍ରି ପଣ୍ଡା ସହଯୋଗ କରିଥିଲେ ।

ମୁରଲୀଙ୍କ ମା ଆର୍, ସାବିତ୍ରୀ, ପତ୍ନୀ ଆର୍. ପାୱନୀ, ଭାଇ ଆର୍ ରବି ପ୍ରସାଦ, ଆର୍, କିରଣ, ଆର୍. ଲଳିତା, ଆର୍. ପଦ୍ମା, ଆର୍, ବିମଳା, ଆର୍. ଚିନ୍ମୟୀ, ବଂଶୀ, ପ୍ରଣବୀ, ହନି, ମୋହିତ, ଲକି, ନିଖିଲ, ମୀନାକ୍ଷୀ, ମାନ୍ୟଶ୍ରୀ, ଅନାୟରା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ | ସନ୍ଧ୍ୟାରେ ଜରା ଆଶ୍ରମରେ କେକ୍ କଟିବା ସହ ଫଳ ବଣ୍ଟନ ପରେ ଏମ୍‌ସ୍କେସିଜି ମେଡ଼ିକାଲରେ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା।