You are currently viewing ବିକାଶ ତରଫରୁ ଦୂରସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ
ବିକାଶ ତରଫରୁ ଦୂରସଂଚାର ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ

ପୁରୁଷୋତ୍ତମପୁର ବ୍ଲକ୍ ର ତାର ତାରିଣୀ ମହାବିଦ୍ୟାଳୟ ପରିସରରେ ଭାରତୀୟ ଟେଲିକମ ପ୍ରାଧିକରଣ ଙ୍କ ସହାୟତାରେ ବିକାଶ ଅନୁଷ୍ଟାନ ବ୍ରହ୍ମପୁର,ଗଞ୍ଜାମ ଦ୍ଵାରା ସାଇବର ଅପରାଧ ଓ ଆଧୁନିକ ଟେଲିଫୋନ ଗ୍ରାହକଙ୍କ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ତାର। ତାରିଣୀମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଡ଼ ସିମାଞ୍ଚଳ

ପଟ୍ଟନାୟକ.ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳା କୁ ଉଦ୍ଘାଘାଟନ କରିଥିଲେ। ତତ ସହିତ କଲେଜ ର ସଭାପତି ଶ୍ରୀ ବାସୁଦେବ ମହାପାତ୍ର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ବିକାଶ ର ସମ୍ପାଦକ ଶ୍ରୀ ଗୋକୁଳ ଚନ୍ଦ୍ର ଦାଶ ଯୋଗ ଦେଇ ସ୍ଵାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟ କ୍ରମ ଉଦେଶ୍ଵରେ ଅବଗତ କରାଇ ଥିଲେ ।

ବିକାଶ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ ସଂଯୋଜନା କରିଥିବା ବେଳ ଏଥିରେ ବିଏସ ଏନଏଲ, ଏୟାରଟେଲ ଓ ଜିଓ ର ପ୍ରତିନିଧ ମାନେ ଶ୍ରୀ. ସୁଶାନ୍ତ କୁମାରମଲ୍ଲିକଏଜିଏମ ,ବିଏସଏନଏଲ , ର ଅଜୟ ରଞ୍ଜନ ମହାନ୍ତି , ଏୟାରଟେଲ ର ମନୀଶ ଆଚାରୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହା ସହିତ ଅନ୍ୟ ତମ ଅତିଥି ରୂପେ ମହା ବିଦ୍ୟାଳୟ ର ଅଧ୍ୟାପକ କୃଷ୍ଣ ଚନ୍ଦ୍ର ନାୟକ , ଏନଏସଏସପିଓ ରାମନାଥ
ପାତ୍ର, ଡ଼ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଟେଲିକମ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ୍ ସମ୍ପର୍କିତ ନିରାପତ୍ତା ଉପରେ ଆଲୋଚନା କରିଥିବା ବେଳେ ବିକାଶ ଅନୁଷ୍ଠାନ ତରଫରୁ ଟ୍ରାଇ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ,ଅଧ୍ୟାପିକା ଏବଂ ,ସିନିୟର ସିଟିଜେନ ମାନେ ଅଂଶଗ୍ରହଣ କରିଥିଲେ ।

ତତ ସହିତ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉପସ୍ଥିତ ପ୍ରମାଣ ପତ୍ର ବଣ୍ଟନକରାଯାଈଥିଲା,ଶେଷରେ ଶ୍ରୀ ରାଜ ଗୋପାଳ ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ରିପୋର୍ଟ ପ୍ରସନ୍ନ କୁମାର ଦାସ