You are currently viewing ଗାନ୍ଧିବାଦୀ,ସମାଜସେବୀ, ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ପୂଣ୍ୟତିଥି ।
ଗାନ୍ଧିବାଦୀ,ସମାଜସେବୀ, ଚିତ୍ରଶିଳ୍ପୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ପୂଣ୍ୟତିଥି ।

କଟକ : କଟକ ସଦରର ଗର୍ବ ଓ ଗୌରବ ଗାନ୍ଧିବାଦୀ ସମାଜସେବୀ ଚିତ୍ରଶିଳ୍ପୀ,ଶାନ୍ତି କମିଟିର ପ୍ରତିଷ୍ଠାତା ସମ୍ପାଦକ ତଥା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପ୍ରତିଷ୍ଠାତା ସ୍ଵର୍ଗତ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କ ୧୧ ତମ ପୂଣ୍ୟତିଥିରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇ ଶିକ୍ଷାବିତ୍ ମିହିର କୁମାର ନାୟକ ପୂଣ୍ୟଆତ୍ମାଙ୍କର ବଳିଷ୍ଠ ବ୍ୟକ୍ତିତ୍ଵ ଓ ସରଳ ଜୀବନ ବିଷୟରେ ଆଲୋକପାତ କରିଥିଲେ ଏବଂ ମଧୁର ବ୍ୟବହାର ଦ୍ଵାରା ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ ବୋଲି କହିଥିଲେ। ଶୁଭେନ୍ଦୁ ବରଣ ଦାସମହାପାତ୍ର,ସୁବ୍ରତ ମହାନ୍ତି,ସ୍ରାବାନ୍ତିକା ମହାନ୍ତି,ଅଚ୍ୟୁତ ଦାସ ଓ ଛାତ୍ରଛାତ୍ରୀ ମନେ ଉପସ୍ଥିତ ଥିଲେ । ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।