ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଖଣ୍ଡିଆନଈ ପଂଚାୟତ କେ. ମର୍ଦ୍ଧରାଜପୁର ଗ୍ରାମର ଜଣେ ମହିଳାଙ୍କୁ ସାପ କାମୁଡା ଦେବା ଫଳରେ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ କେ. ମର୍ଦ୍ଧରାଜପୁର ଗ୍ରାମର ଭୀମସେନ ସେଠିଙ୍କ ସ୍ତ୍ରୀ କମା ସେଠି ବୁଧବାର ଅପରାହ୍ନରେ ପାଣିଟାଙ୍କି ନିକଟରେ ଥିବା ବିଲକୁ କାମ କରିବାକୁ ସ୍ୱାମୀ ସ୍ତ୍ରୀ ଯାଇଥିଲେ । କାମ କରୁଥିବା ସମୟରେ କମା ଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ସେଠାରେ ସେ ଚିତ୍କାର କରିଥିଲେ । ଭୀମସେନ ପରିବାର ଲୋକଙ୍କୁ ଖବର ଦେବା ସହ କୋଦଳା ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କମା ଙ୍କ ପୁଅ ମହେଶ୍ୱର ସେଠି ବେଗୁନିଆପଡା ଥାନାରେ ଲିଖିତ ଜଣାଇଥିଲେ । ଖବର ପାଇ ବେଗୁନିଆପଡା ପୋଲିସ ମେଡିକାଲରେ ପହଂଚି ଆସନ୍ତା କାଲି ସବ ବ୍ୟବଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
