ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ l
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡ଼ାକରାରେ ଅଗଷ୍ଟ ମାସ୧୮ ତାରିଖ ଠାରୁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଣଶିକ୍ଷକ ୨୦୦୮ ଠାରୁ ୨୦୧୮ ମସିହା ମଧ୍ୟରେ ଗୋଦାବରୀଶ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଙ୍କୁ ପୂର୍ଣ୍ଣ ଅନୁଦାନ କରିବା ଦାବିରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସମସ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ମହାବିଦ୍ୟାଳୟ ପରିସର ମଧ୍ୟରେ ୧୮/୦୮/୨୫ ତାରିଖ ଠାରୁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ବିଶ୍ଵରଞ୍ଜନ ଦାସ ସଙ୍ଘର ପତ୍ର ସଂଖ୍ୟା ୯୫୮ ପ୍ରକାରେ ୦୮/୦୮/୨୫ ତାରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନିକଟକୁ ଏକ ପତ୍ର ଲେଖିବା ସହ ତାହାର ଏକ କପି ଉଚ୍ଛ ଶିକ୍ଷାମନ୍ତ୍ରୀ , ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ବିଭାଗର ସଚିବ ଓ ନିର୍ଦ୍ଦେଶକ ବୃନ୍ଦଙ୍କୁ ପଠାଇ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ସରକାର ସଙ୍ଘର ଦାବି ପୂରଣ କରିନଥିବା ଜଣାଇଥିଲେ l ୨୦୨୫ ଅଗଷ୍ଟ ମାସ ୧୬ ତାରିଖ ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସହ ଭେଟି ଆଲୋଚନା ଅରିବାକୁ ସଂଘର ନେତୃମଣ୍ଡଳୀ ରାଜଧାନୀ ଭୁବନେଶ୍ବର ଯାଇଥିଲେ ମଧ୍ୟ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସହ ଆଲୋଚନା ହୋଇପାରିଲନାହିଁ l ଯାହା ଫଳରେ ଅଗଷ୍ଟ ମାସ ୧୮ ତାରିଖ ଠାରୁ ୪୮୮ ଓ ୬୬୨ ବର୍ଗର ୨ ଓ ୩ ଶ୍ରେଣୀ କୁ ଅଧ୍ୟୟନ କରୁଥିବା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଯୋଗଦେଇଛନ୍ତି l ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ଗଣ ସେମାନଙ୍କ କାର୍ଯ୍ୟବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ରେ ଯୋଗଦେଇ ଓସନାଳିଆ ଜିନ୍ଦାବାଦ , ଆମର ଦାବି ନାର୍ଯ୍ୟ ଦାବି ସରକାର ତୁମେ ମନିନୀଅ , ୨୦୦୮ ଠାରୁ ୨୦୧୮ ଜି ଆଇ ଏ ଆମର ଦାବି, ନାରାରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପ୍ରକମ୍ପିତ ହେଉଥିଲା l ୨୦୦୮ ଠାରୁ ୨୦୧୮ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ଅଧ୍ୟାପକ ସମେତ କର୍ମଚାରୀ ମାନଙ୍କୁ ସରକାରୀ ଅନୁଦାନ ମିଳିବାକୁ ସରକାର ଙ୍କ ପାଖରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି l.

ଏହାକୁ ବିରୋଧ କରି ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଆହ୍ୱାନ କ୍ରମେ ସୋମବାର ଠାରୁ କଲମ ଛାଡ଼ ଆନ୍ଦୋଳନ ରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସାମିଲ ଅଛନ୍ତି l ଯାହାଦ୍ୱାରା ଶିକ୍ଷାଦାନ ଉପରେ ଗୁରୁତର ପ୍ରଭାବ ପକେଇବା ଜଣାପଡିଛି l
