You are currently viewing ବାହାର ରାଜ୍ୟକୁ ବେଆଇନ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ, ଗୋଟିଏ ବାଇକ, ୩ଟି ଚାରି ଚକିଆ ଗାଡି ଓ ୮ଟି ମୋବାଇଲ ଫୋନ ଜବତ, ୬ ଜଣ ଗିରଫ
ବାହାର ରାଜ୍ୟକୁ ବେଆଇନ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ, ୫୫ କିଲୋ ଗଂଜେଇ, ଗୋଟିଏ ବାଇକ, ୩ଟି ଚାରି ଚକିଆ ଗାଡି ଓ ୮ଟି ମୋବାଇଲ ଫୋନ ଜବତ, ୬ ଜଣ ଗିରଫ

ବ୍ରହ୍ମପୁର ,୧୧/୯/୨୫ ବାହାର ରାଜ୍ୟକୁ ବେଆଇନ ଗଂଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ. 55 କିଲୋ ଗଂଜେଇ, ଗୋଟିଏ ବାଇକ, 3 ଟି ଚାରି ଚକିଆ ଗାଡି ଓ 8 ଟି ମୋବାଇଲ ଫୋନ ଜବତ କରିଛି. ଘଟଣାରେ 6 ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ. କନ୍ଧମାଳରୁ ବାହାର ରାଜ୍ୟକୁ ଗଂଜେଇ ଚାଲାଣ କରିବା ବେଳେ ଖଲିକୋଟ ଘାଟି ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ. ବିହାର, ପଶ୍ଚିମବଙ୍ଗ ଅଞ୍ଚଳର ତିନିଜଣ ଏବଂ କନ୍ଧମାଳ ଅଞ୍ଚଳର ତିନିଜଣ ମୋଟ ୬ ଜଣଙ୍କୁ ଧରିଛି ଅବକାରୀ ଗୁଇନ୍ଦା ବିଭାଗ. ଏସବୁ ଗଂଜେଇ ବିହାର ଓ ପଶ୍ଚିମବଙ୍ଗକୁ ଚାଲାଣ କରିବା ପାଇଁ ପ୍ରସ୍ତୁତ କରିଥିଲେ. ଗିରଫ ୬ ଜଣଙ୍କ ମଧ୍ୟରେ କନ୍ଧମାଳ ଅଞ୍ଚଳର ଦୁଇଜଣ ପେଶାଗତ ଗଂଜେଇ ଚାଲାଣକାରୀ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି. ଜବତ ମୋବାଇଲ ଫୋନରୁ ଗଂଜେଇ ମାଫିଆଙ୍କ ଟେର ମିଳିଥିବା ବେଳେ ଅଧିକ ତଦନ୍ତ କରୁଛି ଅବକାରୀ ଗୁଇନ୍ଦା ବିଭାଗ. ବ୍ରହ୍ମପୁର, କୋଦଳା ଅଞ୍ଚଳର କିଛି ଗଂଜେଇ ମାଫିଆଙ୍କ ସମ୍ପୃକ୍ତି ଜଣା ପଡ଼ିଥିବା ବେଳେ ତଦନ୍ତ ପରେ
ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ସ୍ମୁର୍ତିକାନ୍ତ ରାଉତ ପ୍ରକାଶ କରିଛନ୍ତି ।