You are currently viewing କୋଦଳା ତହସିଲ ଇଟା ମାଫିଆଙ୍କ ସଲାସୁତୁରାରେ ଚାଲିଛି ଇଟା ବ୍ଯବସାୟ। ମଧୁଚନ୍ଦ୍ରିକା
କୋଦଳା ତହସିଲ ଇଟା ମାଫିଆଙ୍କ ସଲାସୁତୁରାରେ ଚାଲିଛି ଇଟା ବ୍ଯବସାୟ। ମଧୁଚନ୍ଦ୍ରିକା

କୋଦଳା ( ୩୧/୦୧ /୨୦୨୩)
ଗଞ୍ଜାମ ଜିଲା କୋଦଳା ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି ଇଟାଭାଟି ମାଲିକ ମାନେ। କୋଦଳା ତହସିଲ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଲକ୍ ଅଞ୍ଚଳରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି। କୋଦଳା ତହସିଲ କର୍ମଚାରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଇଟାଭାଟି ଏବେ କୁଟୀରଶିଳ୍ପ ପାଲଟିଛି। ତେବେ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନି। କେବଳ ପ୍ରତିଶ୍ରୁତି ହିଁ ମିଳୁଛି। ଅଞ୍ଚଳରେ ଯଦି ବେଆଇନ୍ ଇଟା ଭାଟି ଚାଲିଥାଏ ତେବେ ସେ ସବୁକୁ ଉଚ୍ଛେଦ ପାଇଁ ଆଇନ ରହିଛି। କିନ୍ତୁ ଫଳ ଶୂନ୍। ବେଗୁନିଆପଡ଼ା ବ୍ଲକର ୧୨ ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ପୋଡ଼ା ଇଟାଭାଟି ଚାଲିଥିବା ବେଳେ ଉଚ୍ଛେଦ ହେଉନି । ବରଂ ପ୍ରଶାସନର ‌ଜାଣତରେ ସବୁ ଭାଟିରୁ ଇଟା ବିକ୍ରି ହେଉଥିବା ଅଭିଯୋଗ ହେଉଛି। ବେଆଇନ ଇଟାଭାଟି ସଂପର୍କରେ ଅଭିଯୋଗକାରୀ କାହା ଉପରେ ଭରସା କରିବେ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ବର୍ଷ ବର୍ଷ ଧରି ଏଭଳି ବେଆଇନ କାର୍ଯ୍ୟକଳାପ ଜାରି ରହିଥିଲେ ହେଁ ଏହା ଉପରେ ସଂପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଇବାକୁ ପ୍ରଶାସନର ନିଘା ନାହିଁ। ବରଂ ମାଲିକମାନଙ୍କୁ ସୁରକ୍ଷା ଦିଆଯାଉଛି। ଅଭିଯୋଗ ଆସିଲେ ରାଜସ୍ବ ନିରୀକ୍ଷକ କେବଳ ସୁପରଭାଇଜର୍‌ଙ୍କ ଉପରେ ଦାୟିତ୍ବ ଛାଡ଼ିଦେଉଛନ୍ତି। ଆଉ ସୁପରଭାଇଜର୍ ଭାଟି ଉଚ୍ଛେଦର ପ୍ରତିଶ୍ରୁତି ଦେଇ ନିରବଦ୍ରଷ୍ଟା ସାଜୁଛନ୍ତି। ତହସିଲ ପ୍ରଶାସନ ଏହା ଜାଣି ବି ନିରବ ରହୁଥିବା ସାଧାରଣରେ ଆଲୋଚନା ହେଉଛି । ମାର୍ଚ୍ଚ ମାସ ଆସିବା କ୍ଷଣି ରାଜସ୍ବ ଆଦାୟ ପାଇଁ ଧରପଗଡ଼ ଆରମ୍ଭ ହୁଏ। ଉପରଠାଉରିଆ ଭାବେ ଚଢ଼ଉ କରି ଜରିମାନା ଓ ରାଜସ୍ବ ଆଦାୟ କରାଯାଇଥାଏ। କିନ୍ତୁ ପରୋକ୍ଷରେ ଭାଟି ମାଲିକଙ୍କୁ ସବୁ ପ୍ରକାର ‌ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।