You are currently viewing ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସାନଖେମୁଣ୍ଡି – ପୁଡାମାରୀ ଗ୍ରାମ ସ୍ଥିତ ଚୈତନ୍ୟ ବିଦ୍ୟାପୀଠରେ ୧୯ ବର୍ଷ ଧରି କାର୍ଯ୍ୟରତ ଥିବା ଶିକ୍ଷକ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ଗତକାଲି 30/04/2026 ଅପରାହ୍ନରେ ସରକାରୀ କର୍ମରୁ ଅବସର ନେଇଛନ୍ତି l ଏହି ଅବସରରେ ଏକ ବିଦାୟକାଳୀନ ସଭା ପ୍ରଧାନଶିକ୍ଷକ ଶ୍ରୀ ଟୁକୁନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିଲା ମୁଖ୍ୟ ଅତିଥିଭାବେ ସମିତିସଭ୍ୟ ପ୍ରତିନିଧି ଶ୍ରୀ ଏ. ରାମେଶ୍ୱର ପାତ୍ର, ମୁଖ୍ୟ ବକ୍ତା ଭାବେ ଶ୍ରୀ ଲଷ୍ମୀନାରାୟଣ ମହାରଣା ପ୍ରାକ୍ତନ ହିନ୍ଦୀ ଶିକ୍ଷକ ଓ ସମ୍ମlନୀତ ଅତିଥି ଭାବେ ଶିକ୍ଷକ ଶ୍ରୀ ନାରାୟଣ ପାଣିଗ୍ରାହୀ, ଶିକ୍ଷକ ଶ୍ରୀ ସଦାଶିବ ପାଢୀ, ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ବେହେରା ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ପଞ୍ଚାନନ ଦାସ ଯୋଗ ଦେଇଥିବା ସ୍ଥଳେ କମିଟିର ଅନନ୍ୟ ସଭ୍ୟ ସଭ୍ୟା, ଅଙ୍ଗନବାଡି କର୍ମୀ, ଗ୍ରାମବାସୀ,ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷିକl ସମେତ ବହୁ ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ମଧ୍ୟରେ କରିଥିବା ସାମାଜିକ, ନୈତିକ ଓ ଶୈକ୍ଷିକ ମହତ ଗୁଣାବଳୀ ଉପରେ ସୃତିଚାରଣ ହୋଇଥିଲା l ପିଲାମାନେ ଶିକ୍ଷକଙ୍କ ବିଭିନ୍ନ ମହାନୀୟ ଗୁଣାବଳୀ ଓ ଉତ୍ତମ ମାର୍ଗ ଦର୍ଶନ ସମ୍ପର୍କ ରେ କହିଲାବେଳେ କୋହମୟ ପରିବେଶ ସୃଷ୍ଟି ହୋଇଥିଲା l ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା ସହିତ ଉପଢୌକନ ମାନପତ୍ର ଓ ପୁରସ୍କାର ପ୍ରଦାନ ସହିତ ଏକ ବନ୍ଧୁମିଳନ ଭୋଜିର ଆୟୋଜନ କରାଯାଇଥିଲାl ଶେଷରେ ବିଦାୟୀ ଶିକ୍ଷକଙ୍କ ନିରାମୟ ଓ ଦୀର୍ଘ ଜୀବନ କାମନା କରିବା ସହିତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ଖ୍ରୀଷ୍ଟା ମାଝୀ ଭାନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ l