କବିସୂର୍ଯ୍ୟନଗର , ୦୭/୦୭ -:- ଗଛରେ ଝୁଲୁଛି ବାଘ ମୃତଦେହ l ଶିକାରୀ ଫାସରେ ପଡି ଗଲା ବିରଳ କଲରାପତରିଆ ବାଘ ର ଜୀବନ l ବାଘ ଶିକାର ପାଇଁ ଲାଗିଥିଲା ଗାଡିର ବ୍ୟବହୃତ କ୍ଲଚ କେବୁଲ ତାର l ଆଉ ତାରରେ ବନ୍ଧା ହୋଇଥିଲା ଓଜନିଆ ପଥର l ଶିକାର ଖସିନଯାଉ ତାପାଇଁ ଶିକାରୀ କରିଥିଲା ପୁରା ପ୍ରସ୍ତୁତ l ହେଲେ ଫାସରେ ପଡିବା ପରେ ଜୀବନ ବଞ୍ଚାଇବାକୁ ଗଛ ଉପରକୁ ଚଢିଯାଇଥିଲେ ମଧ୍ୟ ଜୀବନ ବଞ୍ଚାଇବାରେ ଅସଫଳ ହୋଇଛି କଲରାପତରିଆ ପ୍ରଜାତିର ବାଘ l

ସୂଚନା ଅନୁସାରେ ମଙ୍ଗଳବାର ଖଲ୍ଲିକୋଟ ରେଞ୍ଜ ଅଧିନ କବିସୂର୍ଯ୍ୟନଗର ବ୍ଲକ ଜରଡ଼ ଛକ କ୍ରସର ନିକଟ ଗୋଟିଏ ନିମ୍ବ ଗଛରେ ବାଘ ଝୁଲି ରହିଥିବା ଦେଖିବାକୁ ମିଳିଛି l କ୍ରସର ନିକଟରେ ରହିଥିବା କୁକୁର ମାନେ ଭୁକିବା ପରେ ସ୍ଥାନୀୟ ଲୋକେ ବାଘ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ l ଖବର ସାରା ଅଞ୍ଚଳରେ ପ୍ରଘଟ ହେବାପରେ ଆଖପାଖ ଅଞ୍ଚଳର ଲୋକେ ମୃତ ବାଘ ଦେଖିବାକୁ ରୁଣ୍ଡ ହୋଇଥିଲେ l ତେବେ କିଭଳି ଗଛ ଉପରେ ବାଘ ର ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ରହିଥିବା ବେଳେ ବାଘକୁ ଲାଗି ଗୋଟିଏ ପଥର ଝୁଲନ୍ତା ଅବସ୍ଥାରେ ରହିଥିବାରୁ ବାଘଟି କୁ ଶିକାର କରିବା ପାଇଁ ଫାସ ପକାଯାଇଥିବା ଅନୁମାନ କରାଯାଉଛି l ଖବରପାଇ ଖଲ୍ଲିକୋଟ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବହୁ ବିଳମ୍ବରେ ଅଧିକାରୀ ମାନେ ପହଞ୍ଚିବା ପରେ ବାଘ ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଗଛରୁ ବାହାର କରାଯିବା ସହ ବ୍ୟବଛେଦ ନିମନ୍ତେ ପାଠ ଯାଇଛି l ତେବେ ଅଞ୍ଚଳରେ ବାଘ ଥିବା ଅଞ୍ଚଳବାସୀ ଙ୍କ ନିକଟରେ କେବେ ଗୋଚର ନଥିବା ଓ ବନବିଭାଗ ଏହାରି ଉପରେ କେବେ ସଚେତନତା କାର୍ଯ୍ୟକ୍ରମ କରୁନଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜରଡ଼ ପଞ୍ଚାୟତ ସମିତିସଭ୍ୟ l

ଅନ୍ୟପଟେ ଘଟଣା ର ତଦନ୍ତ ଚାଲିଛି ତଦନ୍ତ ପରେ ସ୍ପଷ୍ଟି କରଣ ଆସିପାରିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ l ତେବେ ଗୋଟିଏ ବିରଳ ପ୍ରଜାତିର ବାଘ ର ଶିକାର ପରେ ବନବିଭାଗ କାର୍ଯ୍ୟ କୁ ନେଇ ଉଠିଛି ପ୍ରଶ୍ନ l ଅଞ୍ଚଳରେ ବାଘ ଗତିବିଧି ରହିଥିଲେ ମଧ୍ୟ କାହିଁକି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିଲା? ବାଘ ଶିକାରି କୁ କେବେ ଧରିବ ବନବିଭାଗ? ପୂର୍ବରୁ ଅନ୍ୟ ବନ୍ୟ ଜନ୍ତୁ ଙ୍କୁ ଶିକାର ପାଇଁ ଫାସ ପଡୁଥିଲେ ମଧ୍ୟ କିଭଳି ଜାଣି ପାରୁନଥିଲା ବନବିଭାଗ? ଏହୁ ଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ରେ ପ୍ରଶ୍ନ ଉଠୁଥିବା ବେଳେ ଆଗକୁ ବାଘ ଶିକାର ତଦନ୍ତ ର ଦିଗ କେହୁଁଆଡେ ଯାଉଛି ତାହା ଦେଖିବାକୁ ବାକିରହିଲା ।
ରିପୋର୍ଟ -:- କୃଷ୍ଣ ଚନ୍ଦ୍ର ପଲାଇ

