ପୁରୁଷୋତ୍ତମପୁର ଏନଏସି ର ରଥ ସାହି ଛକରେ ପୁଣି ଚୋର ସକ୍ରିୟ ହୋଇଛି | ଯାହା ଫଳରେ ଗତକାଲି ରାତ୍ର 9.30 ମିନଟ ରେ ଚାହା ଦୋକାନ କରିଥିବା ଲୋକନାଥ ବେହେରା, ପିତ ଗୋପାଳ ବେହେରା, ଲୋକନାଥ ଙ୍କ ସହଧର୍ମଣୀ ଗିରିଜା ବେହେରା ଏନଏସିର 7ନଂ ୱାର୍ଡ ର ଜଣେ କାଉନ ସିଲର ଅଛନ୍ତି | ତେବେ ଗତକାଲି ବିଳମ୍ବିତ ରାତ୍ରରେ ଚୋର ଏକ ଲୁହା ଖାଡ଼ି ଦ୍ୱାରା କବାଟରେ ପଡ଼ିଥିବା ଚାବିକୁ ଭାଙ୍ଗି ଡ୍ରରେ ଥିବା ଏକ ହଜାର ଟଙ୍କା ସହିତ ଏକ ମୋବାଇଲ ଓ କିଛି ସାମାନ ଚୋରେଇ ନେଇ ଚାଲି ଯାଇଛି | ସକାଳୁ ଲୋକନାଥ ପୂର୍ବଦିନ ପରି ସକାଳ 6ଘଣ୍ଟ କୁ ଆସି ଦୋକାନ ଖୋଲିଲା ବେଳକୁ ଦୋକାନ ଭଙ୍ଗା ଯାଇଥିବା ଦେଖି ପୋଲିସ ଥାନାରେ ଏଫଆୟାର ଦେଇ ଛନ୍ତି | କିଛି ଦିନ ପୂର୍ବରୁ ସେହି ଚାହା ଦୋକାନ ପଡିଶା ରୁ 3 ଗୋଟି ଦୋକାନ ରୁ ତାଲା ଭାଙ୍ଗି କିଛି ଜିନିଷ, ଟଙ୍କା ନେଇ ଯାଇଥିବାର ମଧ୍ୟ ଥାନାରେସେହି ଦୋକାନୀ ମାନେ ଥାନାରେ ଏଫଆର ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୋର ଧାରା ପଡ଼ିନାହିଁ, ଏବେ ପୁଣି ଜଣଙ୍କ ଦୋକାନ ଭାଙ୍ଗି ନେଇଯାଇଥିବାରୁ, ପୁଣି ଚୋର ସକ୍ରିୟ ହୋଇ ଆଉ କିଛି ଦୋକାନ ସେହି ଛକ ର ଟାର୍ଗେଟ ରେ ରଖି ନଥିବ ମାନେ କଣ ଅଛି | ବେଳ ଥାଉ ଥାଉ ଯଦି ପୋଲିସ ଚୋର କୁ ଧରି ନପାରିବ ତେବେ ପୁଣି ଚୋର ଆଉ କେତେ ଦୋକାନ କୁ କଳା କନା ବୁଲାଇ ନଦେବ କିଏ କହିବ | ବେଳ ଥାଉ ଥାଉ ବାଳ ନ ବାନ୍ଧିଲେ ଆଗକୁ ନିଶ୍ଚିତ ଅସୁବିଧା ହେବ | ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ
