You are currently viewing ରଥଯାତ୍ରା ପାଇଁ ବିଭିନ୍ନ ଛକରେ ଲାଗିଲା ସାଇନବୋର୍ଡ
ରଥଯାତ୍ରା ପାଇଁ ବିଭିନ୍ନ ଛକରେ ଲାଗିଲା ସାଇନବୋର୍ଡ

ପୁରୀ,୮/୭-ବିଶ୍ବପ୍ରସିଦ୍ଧ ରଥଯାତ୍ରା ୭ ଦିନ ରହିଲା । ବିଭିନ୍ନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆଗେଇ ଚାଲିଛି । ତିନି ଚାରି ଦିନ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ କାମ ବନ୍ଦ ରହିଥିଲା । ଜୁଲାଇ ୧୬ ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ରଥଯାତ୍ରୀ ପୁରୀକୁ ଆସିବା ସମ୍ଭାବନା ରହିଛି । ଟ୍ରେନ ଓ ବସ ଯୋଗେ ଆସୁଥିବା ଭକ୍ତ ମାନେ ଚାଲି ଚାଲି ଶ୍ରୀକ୍ଷେତ୍ର ର ବିଭିନ୍ନ ଅଞ୍ଚଳ ବୁଲିବେ । ସେଥିପାଇଁ ରାଜ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ବିଭିନ୍ନ ରାସ୍ତାର ଛକ ମାନଙ୍କରେ ତୀର ଚିହ୍ନ ଥାଇ କେଉଁ ପଟକୁ କଲେ କେଉଁ ସାହି ପଡିବ ସେ ସମ୍ପର୍କରେ ଓଡ଼ିଆ ଓ ଇଂରାଜୀରେ ନାମ ଲେଖା ହୋଇ ଜିଆଇ ପାଇପ ଖୁଣ୍ଟ ପୋତାଯାଇଛି । ବଡଦାଣ୍ଡ କୁ କିପରି ପ୍ରବେଶ କରିବ ତାହାର ମଧ୍ଯ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର,ବଳଗଣ୍ଡି ମା ମାଉସୀମାଙ୍କ ମନ୍ଦିର, ନରେନ୍ଦ୍ର ପୁଷ୍କରଣୀ, ସମୁଦ୍ରକୂଳ, ଷ୍ଟେସନ, ବସଷ୍ଟାଣ୍ଡ, ମାଳତୀପାଟପୁର ବସଷ୍ଟାଣ୍ଡ, ପାର୍କିଙ୍ଗ ସ୍ଥଳ, ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡ ସମ୍ପର୍କରେ ସୂଚନା ଫଳକ ଲଗାଯାଇଛି । ରଥଯାତ୍ରୀ ମାନେ କିପରି ସୁରୁଖୁରୁରେ ଯାତ୍ରା ଦେଖି ସୁଖଦ ଅନୁଭୂତି ନେଇ ଫେରିବେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ସମୀକ୍ଷା ବୈଠକରେ ଗୁରୁତ୍ଵ ଦେଇଥିଲେ । ପୁରୀ ସହର ଭିତରେ ଚଳାଚଳ କରୂଥିବା ପେଟ୍ରୋଲ ଅଟୋ, ଡିଜେଲ ଅଟୋ, ଇ ଅଟୋ ଓ ଟୋଟୋ ଅଟୋ ରିକ୍ସା ଗୁଡ଼ିକ ସାହି ଗଳିକନ୍ଦିରେ ପଶି ଜାମ କରିବାର ସମ୍ଭାବନା ରହିଛି । ସହର ଭିତରେ ସେମାନଙ୍କୁ ନିୟନ୍ତ୍ରଣ କରିନପାରିଲେ ଭକ୍ତ ଶ୍ରଦ୍ଧାଳୁ ଓ ରଥଯାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ସହରରେ ଆଲୋଚନା ହେଉଛି ।