ସାନଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ କଙ୍କୋରଡ଼ା ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରରେ ଅଦ୍ୟତା-୨୭/୦୭/୨୦୨୬ରିଖ ଗୁରୁବାର ଦିନ ରକ୍ଷାବନ୍ଧନ ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେଆମ ପରିଚାଳନା ସମିତିର କାର୍ଯ୍ୟକର୍ତ୍ତା ଭାବେ ସମ୍ପାଦକ ଶ୍ରୀଯୁକ୍ତ ପିଣ୍ଟୁ ପଢିଆଳୀ,ଯୁଗୁ ସମ୍ପାଦକ ଶ୍ରୀଯୁକ୍ତ ବମନ ଶ୍ରୀନିବାସ,ଉପସଭାପତି ଶ୍ରୀଯୁକ୍ତ ଅଶୋକ ଖୁଣ୍ଟିଆ,ସଦସ୍ୟା ଶ୍ରୀମତୀ ସନ୍ତୋଷିନୀ ଭୂୟାଁ ଓ ଉପଦେଷ୍ଟା ଶ୍ରୀଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଆମ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଷୋୟୀ ଅତିଥି ପରିଚୟ ସହିତ ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ। ଏହି ଉତ୍ସବର ପ୍ରମୁଖ ଶ୍ରୀଯୁକ୍ତ ନରେନ୍ଦ୍ର ସେଠୀ ସମେତ ଅନ୍ୟାନ୍ୟ ଗୁରୁଜୀ ଗୁରୁମା ଓ ମାଉସୀ ଓ ବାହନ ଚାଳକ ଭାଇମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା ଏହି କର୍ଯ୍ୟକ୍ରମରେ ସମସ୍ତ ଶିଶୁ ଭାଇଭଉଣୀ ମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇଥିଲେ । ଶେଷରେ ସୁଶ୍ରୀ ସର୍ବିତା କୁମାରୀ ପାଣିଗ୍ରାହୀ ଗୁରୁମା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ପରିସମାପ୍ତି କରାଯାଇଥିଲା ତା’ ପରେ ନିକଟରେ ଥିବା କବି ନରସିଂହ ମାଠ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଓ ହରିଜନ ବସ୍ତିକୁ ଗୁରୁଜୀ ଗୁରୁମା ଯାଇ ରକ୍ଷାବନ୍ଧନ କରିଥିଲେ l
ରିପୋର୍ଟ -ସପନ ଦାସ

