You are currently viewing ଋଷିଦଲ୍ଲୀ ପାହାଡ଼ ନିକଟସ୍ଥ ଆର୍ଯ୍ୟ ସମାଜ ଆଶ୍ରମ ପରିସରରେ ବୃକ୍ଷରୋପଣ
ଋଷିଦଲ୍ଲୀ ପାହାଡ଼ ନିକଟସ୍ଥ ଆର୍ଯ୍ୟ ସମାଜ ଆଶ୍ରମ ପରିସରରେ ବୃକ୍ଷରୋପଣ

ଚିକିଟୀ — ସେବା ସଂସ୍ଥାନ ଓ ବଜରଙ୍ଗ ଦଳ ମିଳିତ ଆନୁକୁଲ୍ୟରେ ରବିବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ହୋଇ ଆସୁଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଚଳିତ ବର୍ଷ ମଧ୍ୟ ସେବା ସଂସ୍ଥାନ ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଋଷିଦଲ୍ଲୀ ପାହାଡ଼ ନିକଟସ୍ଥ ଆର୍ଯ୍ୟ ସମାଜ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିବର୍ତ୍ତିତ ପରିବେଶ, ଜଳବାୟୁ ଅସନ୍ତୁଳନ ଓ ବିଶ୍ୱତାପନର ରାସ ଦିଗରେ ଜଙ୍ଗଲ ସୁରକ୍ଷା ଏବଂ ବୃକ୍ଷରୋପଣ ଓ ତାର ରକ୍ଷଣ ହିଁ ଆମ ପାଇଁ ଏକ ମାତ୍ର ବିକଳ୍ପ ବ୍ୟବସ୍ଥା ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂସ୍ଥାନର ଉପଦେଷ୍ଟା ହରିଚନ୍ଦ୍ର ସାହୁ, ବରିଷ୍ଟ ସାମ୍ବାଦିକ ବିଭୁଧେନ୍ଦ୍ର ପାଢ଼ୀ, ସଂଯୋଜକ କେ. ସୀମାଞ୍ଚଳ, ସମ୍ପାଦକ ନାରାୟଣ ସେଠୀ, ବନପାଳ କାମନା ଭୂଇଁୟା, ବି.ଧାର୍ମା ରାଓ,ସୁଶାନ୍ତ ପଟ୍ଟନାୟକ, ହରିଶ୍ ପ୍ରଧାନ,ବିଘ୍ନରାଜ ବେହେରା, ନୀଳାଞ୍ଚଳ ବେହେରା, ଦୟାନିଧି ବେହେରା,ଗୟା ବେହେରା, ମହେଶ୍ୱର ସୁବୁଦ୍ଧି, ଶିବ ସାହୁ, ଯୁବ ସାମ୍ବାଦିକ ତ୍ରିପତି ସାହୁ, ଅକ୍ଷୟ କୁମାର ସାହୁ, ରତିକାନ୍ତ ପାଢ଼ୀ ଙ୍କ ସମେତ ପ୍ରକୃତି ପ୍ରେମୀ ଏବଂ ଅଞ୍ଚଳବାସୀ ଏକତ୍ରିତ ହୋଇ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରିବା ସହ ତାର ରକ୍ଷଣ ଓ ବୃକ୍ଷର ଉପକାରିତା ଏବଂ ପରିବେଶର ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପରିଶେଷରେ ବନପାଳ ଶ୍ରୀ ଭୂଇଁୟା ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ – ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ଏହି ଭୋଳି ବିଭିନ୍ନ ନାରା ଦେବା ସହ ସମସ୍ତ ବ୍ୟକ୍ତି ବିଶେଷ ତଥା ଯୁବ ସମାଜ ଏଥିପ୍ରତି ଆଗଭର ହୋଇ ଏକ ସୁନ୍ଦର ସବୁଜ ବଳୟ ସୃଷ୍ଟି କରିବାରେ ବ୍ରତୀ ହେବାପାଇଁ ଆହ୍ବାନ ଦେଇଥିଲେ।