ମୁନିଗୁଡ଼ା:ତା୨୭-୮ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ମୁନିଖୋଲ ନିକଟରେ ଥିବା ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଆଶ୍ରମ ଅନ୍ତେବାସୀଙ୍କ ସହିତ ମୁନିଗୁଡ଼ା ସାହିତ୍ୟ ସଂସଦର ସାହିତ୍ୟିକ ମାନେ ମିଶି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ।ମୁନିଗୁଡ଼ା ସାହିତ୍ୟ ସଂସଦ ସଭାପତି ହୃଷୀକେଶ ଜାଲି ଓ ବନବାସୀ କଲ୍ୟାଣ ଆଶ୍ରମର ଅନ୍ୟତମ ଉପଦେଷ୍ଟା ମନୋରଞ୍ଜନ ଦଲାଇଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କ୍ଷେତ୍ରୀୟ ସହ ସଂଗଠନ ମନ୍ତ୍ରୀ ବିଶ୍ଵାମିତ୍ର ମହନ୍ତ,ମୁଖ୍ୟବକ୍ତା ସମ୍ବାଦ ସାହିତ୍ୟ ଘର ସଭାପତି ପି ସୁଧାକର ପାତ୍ର,ସମ୍ମାନିତ ଅତିଥି ଅଧ୍ୟାପକ କୃଷ୍ଣଚନ୍ଦ୍ର ମଲ୍ଲିକ,ଶିକ୍ଷାବିତ କାଳନ୍ଦୀ ନାୟକ,କଲ୍ୟାଣ ଆଶ୍ରମ ଉପ ସଭାପତି ସୁବାସ ଗୌଡ଼,ପରିବେଶ ବିତ ସୁଦର୍ଶନ ସାହୁ,ସଙ୍ଗୀତକାର ପ୍ରମୋଦ ସାହୁ,ଛାତ୍ରୀ ନିବାସ ପରିଚାଳନା ପ୍ରମୁଖ ରମାଦେବୀ ଜାନି,ସମାଜସେବୀ ଦୋଳଗୋବିନ୍ଦ ନାୟକ,ଜିଲ୍ଲା କେନ୍ଦ୍ର କଲ୍ୟାଣ ଆଶ୍ରମ ସଂଯୋଜକ ଉତ୍ସବ ଭୋଇ,ନାଟ୍ୟକାର ପ୍ରକାଶ ମୁଦୁଲି, ଅଶ୍ଵିନୀ ବାରିକ,ଗଣେଶ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।ରକ୍ଷା ବନ୍ଧନର ପ୍ରାଚୀନତା ଉପରେ କହିବାକୁ ଯାଇ ଅତିଥିମାନେ ଏହାର ବିଭିନ୍ନ ସମୟରେ ସୃଷ୍ଟ ଅନେକ ଐତିହାସିକ ଓ ଲୋକକଥାକୁ ଉଜାଗର କରିବା ସହିତ ଏହାର ରାଷ୍ଟ୍ର ଜୀବନରେ ପ୍ରମୁଖ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।ଆଜି ଶଙ୍କର୍ଷଣ ଭଗବାନ ବଳରାମଙ୍କ ପବିତ୍ର ଜନ୍ମଦିନ,ଗହ୍ମା ପୂର୍ଣ୍ଣିମା ଓ ବିଶ୍ଵ ଓଡ଼ିଆ ଦିବସ।ଭାଇ ଭଉଣୀ ମାନଙ୍କ ସ୍ନେହ ପ୍ରେମ ଓ ସୁରକ୍ଷାର କବଚ ରକ୍ଷା ବନ୍ଧନ।ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟକୁ ଉପାନ୍ତ ଅଞ୍ଚଳରେ ସମୃଦ୍ଧ କରିବାରେ ନିରନ୍ତର ପ୍ରାୟାସ ରତ ମୁନିଗୁଡ଼ା ସାହିତ୍ୟ ସଂସଦର କବି,
କବୟିତ୍ରୀ,ସାହିତ୍ୟିକ ମାନେ ଆଦିମ ସଭ୍ୟତାର ଧରହୋର ବନବାସୀ ଭଉଣୀ ମାନଙ୍କ ହାତରୁ ରାକ୍ଷୀ ବାନ୍ଧି ନିଜକୁ ଗର୍ବିତ ମନେକରି ସେମାନଙ୍କୁ ଶୁଭାଶ୍ରୀବାଦ ଦେବା ସହ ସେମାନଙ୍କ ଉତ୍ତୋରତାର ଭବିଷ୍ୟ କାମନା କରିଥିଲେ।

