ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ କଙ୍କୋରଡା, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ମାତୃକର୍ମଶାଳା କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଆମ ପରିଚାଳନା ସମିତି ର କାର୍ଯ୍ୟକର୍ତ୍ତା ଭାବେ ସମ୍ପାଦକ ଶ୍ରୀଯୁକ୍ତ ପିଣ୍ଟୁ ପଢିଆଳୀ,ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରତାପ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ଆମ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବିଷୋୟୀ ଅତିଥି ପରିଚୟ ସହିତ ମାତୃକର୍ମଶାଳାର ମହତ୍ତ୍ୱ ବିଷୟରେ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିଲେ।ଏହି ଉତ୍ସବ ପ୍ରମୁଖ ସୁଶ୍ରୀ ସବିତା କୁମାରୀ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ଗୁରୁଜୀ,ଗୁରୁମା,ମାଉସୀ ମାନେ ସହଯୋଗରେ କାର୍ଯ୍ୟକ୍ରମଟି ସଫଲ ରୂପାୟନ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ସମସ୍ତ ମାତୃ ମଣ୍ଡଳୀ ମାନେ ଉପସ୍ଥିତ ଥିଲେ।5 ଟି କାଳାଂଶ ସହିତ,ମାଆ ମାନଙ୍କ ପ୍ରତିଯୋଗିତା କରାଯାଇଥିଲା।ବିଜେତା ହୋଇଥିବା ମାଆମାନଙ୍କୁ ପୁରସ୍କାର ବ୍ୟବସ୍ଥା କରାଯାଇଥିଲା।ଶେଷରେ ସୁଶ୍ରୀ ସବିତା କୁମାରୀ ପାଣିଗ୍ରାହୀ ଗୁରୁମା ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ କୁ ପରିସମାପ୍ତି ଘୋଷଣା କରିଥିଲେ।
ରିପୋର୍ଟର -ସପନ ଦାସ

