ଚିକିଟୀ — ଗଞ୍ଜାମ ଜିଲ୍ଲା ଚିକିଟୀ ଏନ୍ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପ୍ରଥମେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ପୁଷ୍ପମାଲ୍ୟାର୍ପଣ କରି ଅଧ୍ୟକ୍ଷାଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ଆଶ୍ରୟ ଗୃହର ଅନ୍ତେବାସୀଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱରଞ୍ଜନ କହଁର, ଅତିରିକ୍ତ ତହସିଲଦାର ଅଲିଭା ବେହେରା, ଉପ ନିବିନ୍ଧକ ମନୋରଞ୍ଜନ ନାୟକ,ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ସୋରେନ ଙ୍କ ସମେତ ସମସ୍ତ ୱାର୍ଡ କାଉନସିଲର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଏନ୍ ଏ ସି ତରଫରୁ ଅତିଥି ମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥିଲା। ବିଦ୍ୟାଳୟ ଗୁଡିକରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ୱଚ୍ଛ ସାଥୀ, ଜଳ ସାଥୀ, ଆହାର କେନ୍ଦ୍ର, ସଫେଇ କର୍ମଚାରୀ ଓ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ପୋଷାକ ଓ ପୁରସ୍କାର ବଣ୍ଟନ ସହ ବଡ଼ାଖାନା ର ଆୟୋଜନ ହୋଇଥିଲା।ସ୍ୱାୟତ୍ତ ଶାସନ ଦିବସ ଅବସରରେ ଚିକିଟି ଏନ୍ଏସିରେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରଙ୍କ ଦ୍ଵାରା ୩୦୦ ଜଣ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ, ୫୦୦ ଜଣ କ୍ଷମତା ବିଶିଷ୍ଟ ବହୁମୁଖୀ ଭବନ ଏବଂ ଚିକିଟୀ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ସୁବିଧା ସୃଷ୍ଟି କରିବ ବୋଲି ମତ ଦେଇଥିଲେ। ଏଥିସହ ଚିକିଟୀ କୁ ସ୍ୱଚ୍ଛ, ସୁନ୍ଦର ଓ ବିକଶିତ ଏନ୍ ଏ ସି ଭାବେ ଗଢ଼ି ତୋଳିବା ପାଇଁ ଜନସାଧାରଣ, ଏନ୍ ଏ ସି କର୍ମଚାରୀ ଓ ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପରେ ପରେ ସଫେଇ କାର୍ଯ୍ୟ ପାଇଁ ନୂଆକରି ଆସିଥିବା ସ୍ୱଚ୍ଛତା ବାହନ ଗୁଡ଼ିକୁ ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ସ୍ୱାୟତ୍ତ ଶାସନ ଦିବସକୁ ନେଇ ଚିକିଟୀ ଏନ୍ ଏ ସି ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ସମସ୍ତ ଅଫିସ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଗୁଡ଼ିକ ଅତନ୍ତ୍ୟ ସଫଳ ରୂପାୟନ ହୋଇପାରିଥିଲା।

