You are currently viewing ସକ୍ଷମ କେନ୍ଦ୍ର ଶୁଭ ଉଦଘାଟନ
ସକ୍ଷମ କେନ୍ଦ୍ର ଶୁଭ ଉଦଘାଟନ

ଚନ୍ଦ୍ରପୁର ତା ୮/୦୯ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ ଥିବା ପିଏମ୍ ଶ୍ରୀ ସରକାରୀ ଏମ୍ ଏମ୍ ଡି ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିକ୍ଷାର୍ଥୀଙ୍କ ନିମନ୍ତେ ସକ୍ଷମ କେନ୍ଦ୍ର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଚନ୍ଦ୍ରପୁର ଗୋଷ୍ଠୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକ ଡଃ ସୁବ୍ରତ କୁମାର ଦାସଙ୍କ ଦ୍ଵାରା ଉଦଘାଟନ କରାଯାଇଥିଲା।

ଏହି ଅବସରରେ ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ବି ଆର ପି ବାଳକୃଷ୍ଣ ବିହାରୀଙ୍କ ସହିତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଗମାଙ୍ଗୋ , ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀତମ କୃତି, ଚନ୍ଦ୍ରପୁରର ସରପଞ୍ଚ ରଞ୍ଜିତା ବ୍ରେକବେଡା ଓ ସ୍ୱତନ୍ତ୍ର ଶିକ୍ଷକ ଚିନ୍ମୟୀ ପ୍ରଧାନ ଉପସ୍ଥିତ ରହି ସକ୍ଷମ କେନ୍ଦ୍ର ଦ୍ବାରା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଡ଼ିଏରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ତାଙ୍କର ଅଭିଭାବକ ଉପସ୍ଥିତ ଥିଲେ। ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ଚୈଧୁରୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।