ବ୍ରହ୍ମପୁର ୮/୯/୨୦୨୬
ପବିତ୍ର ସିଦ୍ଧି ବିନାୟକ ପୂଜା ଉତ୍ସବ ଅବସରରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇ ଆସୁଅଛି ଗଣେଶ ପୂଜା ଉତ୍ସବ। ଏହି ଉତ୍ସବ ଅବସରରେ ସଂଘ ପକ୍ଷରୁ ୩୨ ନମ୍ବର ୱାର୍ଡରେ ୩୨ ଫୁଟର ବର୍ଷ ଗଣେଶ ଲାଲ୍ ବାଗଛା ଗଣେଶ ମୂର୍ତି ଆୟୋଜନ କରାଯାଇଛି । ଚଳିତ ବର୍ଷ ୧୯ ବର୍ଷରେ ପର୍ଦାପଣ କରିଛି ପୂଜା। ବ୍ରହ୍ମପୁର ପ୍ରତିଭା ଅନ୍ଵେଶଷଣ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ମହୋତ୍ସବରେ ଜୁନିୟର ଓ ସିନିୟର ଦୁଇଟି ବିଭାରେ ପ୍ରତିଦିନ ପ୍ରତିଯାଗିତା ଅନୁଷ୍ଠିତ ହେବ। ବହୁ ଉତ୍ସାହୀ କଳାକାରମାନେ ଏଥିପାଇଁ ପଞ୍ଜିକରଣ କରାଯାଇଛି। ଶ୍ରେଷ୍ଟ ବ୍ରହ୍ମପୁର ପ୍ରତିଭା ସମ୍ମାନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ।
ଏଥି ସହ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଆସନ୍ତା ତା. ୧୫-୦୯-୨୦୨୬ ରିଖ ଠାରୁ ତା. ୨୧-୦୯-୨୦୨୬ ରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୮ ଘଟିକା ସମୟରେ ପୂଜା ଅର୍ଚ୍ଚନା, ଏବଂ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଛୋଟ ଓ ବଡ ପିଲାମାନଙ୍କର ସାସ୍କୃତିକ କାର୍ଯ୍ୟକ୍ରମ ରହିଛି। ତା. ୨୨-୦୯-୨୦୨୬ ରିଖରେ ମେଗା ବ୍ଲଡ ଡୋନେଟ୍ କ୍ୟାମ୍ପ ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଜାରି ରହିବ। ତା. ୨୪-୦୯-୨୦୨୬ ରିଖ ସନ୍ଧ୍ୟା ୫ ଘଟିକା ୪୬ ମିନଟରେ ଗଣେଶ ପୂଜାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ତା. ୨୫-୦୯-୨୦୨୬ ରିଖରେ କ୍ଷୀରାଭିଷେକ ବିସର୍ଜନ ରହିଛି।


ଏହି ଖବର ଆପଣଙ୍କୁ ଗଣମାଧ୍ୟମରେ ପ୍ରକାଶ କରି ମହୋତ୍ସବକୁ ଅଧିକ ପ୍ରଚାର ଓ ପ୍ରସାର କରିବେ ବୋଲି ଆମ୍ଭେ କମିଟି ତରଫରୁ ନିବେଦନ କରିଛନ୍ତି
ପୂଜା କମିଟି ର ସଭାପତି ତଥା କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା,କାର୍ଯ୍ୟକାରୀ ସଭାପତି ଏ ଶିବରାମ ପାତ୍ର,ଉପସଭାପତି,ଶକ୍ତିଧର ରାଜଗୁରୁ,ଅଶୋକ କୁମାର ବ୍ରହ୍ମା,ସମ୍ପାଦକ,ଶିବରାମ ଚୌଧୁରୀ, ସହ ସମ୍ପାଦକ ଦେବହରି ବେହେରା,ସମୀର କୁମାର ଆଚାର୍ଯ୍ୟ,ଲକ୍ଷ୍ମୀ ନାରାୟଣ ବେଜ,କୋଷାଧକ୍ଷ ପି ସତ୍ୟ ନାରାୟଣ,କିରଣ କୁମାର ସାହୁ,ସଂଯୋଜକ ପ୍ରଭାକର ପାଢ଼ୀ,ଉପଦେଷ୍ଟା ହୃଷିକେଶ ପାଣିଗ୍ରାହୀ,ପ୍ରକାଶ ପଟ୍ଟନାୟକ,ଅମ୍ବିକା ପ୍ରସାଦ ଦାସ,କାର୍ଯ୍ୟକାରୀ ସଦସ୍ୟ ଗଣ
ମିଡ଼ିଆ ସେଲ ସୁଦିପ କୁମାର ସାହୁ,ପ୍ରହଲ୍ଲାଦ ସାହୁ,ଦିନେଶ ପଟ୍ଟନାୟକ ।
ବ୍ରହ୍ମପୁର ରୁ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ରିପୋର୍ଟ ।
